ଢାକା : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବାଂଲାଦେଶର ସାଧାରଣ ନିର୍ବାଚନରେ ବିଜୟୀ ହେବା ପରେ ତାରିକ ରହମାନଙ୍କୁ ଫୁଲ ଏବଂ ମିଠା ପଠାଇଛନ୍ତି । ତାରିକ ରହମାନ୍ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟିର ନେତା ଏବଂ ତାଙ୍କ ଦଳ ସାମ୍ପ୍ରତିକ ନିର୍ବାଚନରେ ବହୁମତ ହାସଲ କରିଛି । ଢାକାର ଗୁଲସନ ଅଞ୍ଚଳରେ ଥିବା ଦଳର ସଭାପତିଙ୍କ ରାଜନୈତିକ କାର୍ଯ୍ୟାଳୟରେ ବିଏନପି ମିଡିଆ ସେଲ୍ ସଦସ୍ୟ ଅତିକୁର ରହମାନ ରୁମାନ୍ ଉପହାର ଗ୍ରହଣ କରିଛନ୍ତି । ଏହାପୂର୍ବରୁ ମମତା ବାନାର୍ଜୀ ବାଂଲାଦେଶର ଜନସାଧାରଣ ଏବଂ ‘ତାରିକ ଭାଇ’ଙ୍କୁ ଅଭିନନ୍ଦନ ଜଣାଇଥିଲେ । ସେ ରମଜାନ ପୂର୍ବରୁ ପଡ଼ୋଶୀ ଦେଶକୁ ମଧ୍ୟ ଶୁଭେଚ୍ଛା ଜଣାଇଥିଲେ ।
ମମତା ବାନାର୍ଜୀ ସୋସିଆଲ ମିଡିଆରେ ଲେଖିଛନ୍ତି ଯେ, ସେ ବାଂଲାଦେଶର ସମସ୍ତ ଭାଇଭଉଣୀ ମାନଙ୍କୁ ଆଗୁଆ ରମଜାନର ଶୁଭେଚ୍ଛା ଜଣାଇଛନ୍ତି । ସେ ତାରିକ ରହମାନ, ତାଙ୍କ ଦଳ ଏବଂ ଅନ୍ୟାନ୍ୟ ଦଳଗୁଡ଼ିକୁ ବିଜୟ ପାଇଁ ଅଭିନନ୍ଦନ ଜଣାଇଛନ୍ତି । ମମତା ବାନାର୍ଜୀ ମଧ୍ୟ ଭାରତ ଏବଂ ବାଂଲାଦେଶ ମଧ୍ୟରେ ସମ୍ପର୍କକୁ ନେଇ ଆଶା ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ଦୁଇ ଦେଶ ମଧ୍ୟରେ ସମ୍ପର୍କ ସର୍ବଦା ଭଲ ଏବଂ ସୌହାର୍ଦ୍ଦ୍ୟପୂର୍ଣ୍ଣ ରହିବା ଉଚିତ ।
ପୂର୍ବ ପ୍ରଧାନମନ୍ତ୍ରୀ ଶେଖ ହସିନା ପଦରୁ ହଟିବା ପରେ ରାଜନୈତିକ ସ୍ଥିତିରେ ପରିବର୍ତ୍ତନ ହୋଇଛି । ଆଉ କିଛି ମାସ ମଧ୍ୟରେ ବାଂଲାଦେଶରେ ଅଳ୍ପସଂଖ୍ୟକ ହିନ୍ଦୁଙ୍କ ବିରୋଧରେ ହିଂସା ଘଟଣାକୁ ନେଇ ଚିନ୍ତା ଦେଖାଦେଇଛି । ଖବର ଅନୁସାରେ, ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତାରିକ ରହମାନଙ୍କୁ ଶପଥ ଗ୍ରହଣ ସମାରୋହରେ ସାମିଲ କରିବା ପାଇଁ ନିମନ୍ତୟଣ ପଠାଯାଇଛି । ୧୭ ଫେବ୍ଆରୀରରେ ପ୍ରଧାନମନ୍ତ୍ରୀ ଶପଥ ଗ୍ରହଣ ସମାରୋହତ ଅନୁଷ୍ଠିତ ହେବ ।

