Metro

ନୂଆଦିଲ୍ଲୀ: ମୁଲୁଣ୍ଡ ମେଟ୍ରୋ ପିଲର ଭୁଶୁଡ଼ିବା ମାମଲାରେ ୫ ଜଣଙ୍କୁ ଗିରଫ କରାଯାଇଛି। ଶନିବାର ଅପରାହ୍ନରେ ମୁମ୍ବଇର ମୁଲୁଣ୍ଡରେ ଏକ ନିର୍ମାଣାଧୀନ ମେଟ୍ରୋ ପିଲାରର ଏକ ଅଂଶ ଭୁଶୁଡ଼ି ପଡ଼ି ଏକ ଚଳନ୍ତା ଅଟୋରିକ୍ସା ଉପରେ ପଡିଥିଲା। ଫଳରେ ଅଟୋଟି ଚାପି ହୋଇ ଜଣେ ପ୍ରାଣ ହରାଇଛନ୍ତି ଏବଂ ଅନ୍ୟ ୩ ଜଣ ଆହତ ହୋଇଛନ୍ତି। ପିଲାରର ଏକ ଅଂଶ ନିକଟରେ ଯାଉଥିବା ଏକ କାରରେ ପଡ଼ି କାରର ମଧ୍ୟ ଅଳ୍ପ କ୍ଷତିଗ୍ରସ୍ତ ହୋଇଛି। ଏହି ଘଟଣା ପରେ, ପ୍ରାରମ୍ଭିକ ତଥ୍ୟ ଓ ତଦନ୍ତ ଆଧାରରେ, ମୁମ୍ବାଇ ମହାନଗର ଅଞ୍ଚଳ ବିକାଶ ପ୍ରାଧିକରଣ ପକ୍ଷରୁ ସମ୍ପୃକ୍ତ ଏଜେନ୍ସି ଉପରେ ଆର୍ଥିକ ଦଣ୍ଡ ଲାଗୁ କରିବାକୁ ନିଷ୍ପତ୍ତି ନେଇ ଠିକାଦାର ରାଜଭି ମିଲନ ଇନଫ୍ରା ଉପରେ ୫ କୋଟି ଟଙ୍କାର ଜରିମାନା ଲଗାଯାଇଛି।

ସେହିପରି ଜେନେରାଲ କନ୍ସଲେଟ୍ କମ୍ପାନି ଡିବି ଇଞ୍ଜିନିୟରିଂ ଏବଂ କନସଲ୍ଟିଂ, ହିଲ୍ ଇଣ୍ଟରନ୍ୟାସନାଲ୍ ଇନକର୍ପୋରେଟେଡ୍ ଓ ଲୁଇସ୍ ବର୍ଗର କନସଲ୍ଟିଂ ପ୍ରାଇଭେଟ୍ ଲିମିଟେଡ୍ ଉପରେ ଏକ କୋଟି ଟଙ୍କାର ଜରିମାନା ଲାଗୁ କରାଯାଇଛି। ଏହା ସହିତ ଏହି ଘଟଣାରେ କାର୍ଯ୍ୟରେ ଅବହେଳା ନେଇ ୫ ଜଣଙ୍କୁ ଗିରଫ କରାଯାଇଛି। ମହାନଗର ଅଞ୍ଚଳ ବିକାଶ ପ୍ରାଧିକରଣ ର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସତ୍ୟଜିତ ସାଲଭେଙ୍କୁ ମଧ୍ୟ ନିଲମ୍ବିତ କରାଯାଇଛି।

Share