ରାଜନଗର: ଦୀର୍ଘ ୩ ମାସ ପରେ ସ୍ବଭାବିକ ହେଲା ଅଙ୍ଗନବାଡ଼ି କେନ୍ଦ୍ର । ନୂଆଗାଁରେ ଜାତିପ୍ରଥା ପରମ୍ପରାର ପଡିଲା ପୂର୍ଣ୍ଣଛେଦ । ୩ ମାସ ପରେ ଅଙ୍ଗନବାଡି କେନ୍ଦ୍ରକୁ ଆସିଲେ ଛାତ୍ରଛାତ୍ରୀ । ପିଲା ପହଂଚିବା ପରେ ସ୍ୱଭାବିକ ହେଲା ଅଙ୍ଗନବାଡି କେନ୍ଦ୍ର । ରାଜନଗର ନୂଆଗାଁ ଅଙ୍ଗନବାଡି କେନ୍ଦ୍ରରେ ଜାତିପ୍ରଥାକୁ ନେଇ ଦୀର୍ଘ ତିନିମାସ ଧରି ବନ୍ଦ ରହିଥିଲା ଅଙ୍ଗନବାଡି କେନ୍ଦ୍ର ।
ଗତ ୧୪ ତାରିଖରେ ଶିଶୁ ସୁରକ୍ଷା ଆୟୋଗଙ୍କ ସମେତ ସମସ୍ତ ପ୍ରଶାସନିକ ଅଧିକାରୀ ସେହି ଅଙ୍ଗନବାଡି କେନ୍ଦ୍ରରେ ପହଂଚି ଲୋକଙ୍କୁ ବୁଝାସୁଝା କରିଥିଲେ । ଏ ହାପରେ ନିଜ ନିଜ ପିଲାଙ୍କୁ ଅଙ୍ଗନବାଡି କେନ୍ଦ୍ରକୁ ପଠାଇବା ପାଇଁ ରାଜି ହୋଇଥିଲେ ଗ୍ରାମବାସୀ । ଆଜି ସିଡିପିଓ ଓ ରାଜନଗର ବିଧାୟକ ଘର ଘର ବୁଲି ପିଲାଙ୍କୁ କାଖେଇ ସେଣ୍ଟରକୁ ଆଣିଥିଲେ ।

