ଶାରୀରିକ ଦକ୍ଷତା କ୍ଷେତ୍ରରେ ମଧ୍ୟ ବିଭିନ୍ନ ବର୍ଗରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା କର୍ମଚାରୀଙ୍କୁ ପୁରସ୍କୃତ କରାଯାଇଥିଲା । ‘ପୁଲ୍-ଅପ୍ସ’ରେ ଶ୍ରୀ ଡି.କେ. ପଧାନ, ‘ସ୍କ୍ୱାଟ୍ସ’ରେ ଶ୍ରୀ ଦାଶରଥି ମୁଣ୍ଡା, ‘ସିଟ୍-ଅପ୍ସ’ରେ ଶ୍ରୀ ଦୁର୍ଯ୍ୟୋଧନ ବେହେରା ଏବଂ ‘ପୁଶ୍-ଅପ୍ସ’ରେ ଜି. ଚେନ୍ନେୟା ରେଡ୍ଡୀ ପ୍ରଥମ ସ୍ଥାନ ଅଧିକାର କରିଥିଲେ । ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ସମସ୍ତ ବିଜେତାଙ୍କୁ ପୁରସ୍କୃତ କରିଥିଲେ ।
ଓଡ଼ିଶା ଅଗ୍ନିଶମ ସେବା ପକ୍ଷରୁ ଜୀବନ ଓ ସମ୍ପତ୍ତିର ସୁରକ୍ଷା ପାଇଁ ଏକ ଉଚ୍ଚ ପ୍ରଶିକ୍ଷିତ, ଶାରୀରିକ ଭାବେ ସକ୍ଷମ ଏବଂ ଦକ୍ଷ ଅଗ୍ନିଶମ ବାହିନୀ ଗଠନ ଦିଗରେ ଏହି ସମାରୋହ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ।
ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତଓଡ଼ିଶା ଅଗ୍ନିଶମ ଓ ବିପତ୍ତି ନିସ୍ତାର ପ୍ରତିଷ୍ଠାନ ପରିସରରେ ଆଜି ୨୧ତମ ବ୍ୟାଚ୍ ମୁଖ୍ୟ ଅଗ୍ନିଯୋଦ୍ଧା ପ୍ରଶିକ୍ଷାର୍ଥୀଙ୍କ ଦୀକ୍ଷାନ୍ତ ସମାରୋହ ଅନୁଷ୍ଠିତ ହୋଇଯାଇଛି।ଏହି ଉତ୍ସବରେ ଅଗ୍ନିଶମ, ଗୃହରକ୍ଷୀ ଓ ବେସାମରିକ ପ୍ରତିରକ୍ଷା ମହାନିର୍ଦ୍ଦେଶକ ଡଃ ସୁଧାଂଶୁ ଷଡ଼ଙ୍ଗୀ, ଅଗ୍ନିଶମ ସେବା ଆଇଜି ଶ୍ରୀ ଉମାଶଙ୍କର ଦାଶଙ୍କ ଉପସ୍ଥିତିରେ, ମୁଖ୍ୟଅତିଥି ଭାବେ ଯୋଗଦେଇ ପରେଡ୍ର ସମୀକ୍ଷା କରିଥିଲେ ।
ଏହି ଅବସରରେ ୧୮୪ ଜଣ ଅଗ୍ନିଯୋଦ୍ଧା ସେମାନଙ୍କର କଠିନ ପ୍ରଶିକ୍ଷଣ ସଫଳତାର ସହ ସମାପ୍ତ କରି ମୁଖ୍ୟ ଅଗ୍ନିଯୋଦ୍ଧା ଭାବେ ଓଡ଼ିଶା ଅଗ୍ନିଶମ ସେବାରେ ସାମିଲ ହୋଇଛନ୍ତି । ଏହି ଅବସରରେ ମୁଖ୍ୟ ଅତିଥି କୃତୀ ପ୍ରଶିକ୍ଷାର୍ଥୀମାନଙ୍କୁ ବିଭିନ୍ନ ବର୍ଗରେ ପୁରସ୍କୃତ କରିଥିଲେ । ମୁଖ୍ୟ ଅଗ୍ନିଯୋଦ୍ଧାର ଶେଷ ପରୀକ୍ଷାରେ ଶ୍ରୀ ହରେକୃଷ୍ଣ ରାଉତ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଶ୍ରୀ ଅଜୟ କୁମାର ମହାନ୍ତି ଓ ଶ୍ରୀ ରଘୁନାଥ ନାୟକ ଦ୍ୱିତୀୟ ଏବଂ ଶ୍ରୀ ଅଶୋକ କିସାନ ତୃତୀୟ ସ୍ଥାନ ହାସଲ କରିଛନ୍ତି ।

