ଉତ୍ତରପ୍ରଦେଶ : ଭୟଙ୍କର ଦୁର୍ଘଟଣାରେ ଜୀବନ ହାରିଲେ ସମାଜବାଦୀ ପାର୍ଟିର ନେତା । ଉତ୍ତର ପ୍ରଦେଶର ପ୍ରତାପଗଡରେ ହୋଇଥିବା ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ସମାଜବାଦୀ ପାର୍ଟିର ଜଣେ ବରିଷ୍ଠ ନେତା ପ୍ରାଣ ହରାଇଛନ୍ତି । ଘରଠାରୁ ମାତ୍ର ୫୦୦ ମିଟର ଦୂରରେ ଜୀବନ ଚାଲିଗଲା ।
ଖବର ଅନୁଯାୟୀ, ସମାଜବାଦୀ ପାର୍ଟିର ନେତା ଲାଲ ବାହାଦୁର ଯାଦବ ନିଜ କାରରେ ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦାନ ପାଇଁ ଯାଉଥିଲେ । କିନ୍ତୁ ରାସ୍ତାରେ ଏକ ପେଟ୍ରୋଲ ପମ୍ପର ହୋର୍ଡିଂ ତାଙ୍କ କାର୍ ଉପରେ ପଡିଯାଇଥିଲା । ଫଳରେ ତାଙ୍କର ମୃତ୍ୟୁ ହୋଇଯାଇଛି । ତେବେ ଲାଲ ବାହାଦୁରଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
ହଜାର କେଜି ଓଜନରେ ହୋର୍ଡିଂ ପଡିବା ଯୋଗୁଁ ଘଟଣା ହିଁ ନେତାଙ୍କ ଜୀବନ ଚାଲିଯାଇଥିଲା । ତେବେ ଏସ ମସ୍ତ ଘଟଣା ସିସିଟିଭିରେ କଏଦ ହୋଇଛି । ପୋଲିସ ଏବଂ ପ୍ରଶାସନ ଘଟଣାର ତଦନ୍ତ ଆରମ୍ଭ କରିଛି । ଦୁର୍ଘଟଣା ସମୟରେ ସେ ନିଜେ କାର୍ ଚଳାଉଥିବା ପୋଲିସ କହିଛି ।

