ଭୁବନେଶ୍ବର: ଦିନରେ ଖରା ଓ ସାମାନ୍ୟ ଗୁଳୁଗୁଳି ପରେ ସନ୍ଧ୍ୟାରେ ଟୁଇନ ସିଟିରେ ପ୍ରବଳ ବର୍ଷା ହୋଇଛି । କାଳବୈଶାଖୀ ପ୍ରଭାବରେ ଟୁଇନ ସିଟିରେ ବର୍ଷା ସହ ଘଡଘଡି ହୋଇଛି । ତେବେ ବର୍ଷା ପାଇଁ ଟୁଇନ ସିଟିକୁ ୩ଘଣ୍ଟାର ସର୍ତକତା ସୂଚନା ଜାରି କରାଯାଇଥିଲା । ପ୍ରବଳ ବର୍ଷା ଓ ପବନ ଯୋଗୁ ଆଇଗଣିଆ ସ୍ଥିତ ଏକ ଛକରେ ହୋଡିଂ ଭୁଶୁଡି ପଡିଥିବା ବେଳେ ଏଥିରେ ୩ଜଣ ଆହତ ହୋଇଛନ୍ତି । ବିଭିନ୍ନ ରାସ୍ତାରେ ପାଣି ମଧ୍ୟ ଜମି ରହିଥିଲା । ବହୁତ ଦିନ ପରେ ବର୍ଷା ହୋଇଥିବା ବେଳେ ଅନେକ ଲୋକ ଏହାର ମଜା ଉଠାଇଥିଲେ ।
ତେବେ ପାଣିପାଗ ବିଭାଗର ସୂଚନା ଅନୁସାରେ ଟୁଇନସିଟି ସମେତ ରାଜ୍ୟର ୪ଟି ଜିଲାରେ ଆଗାମି ୩ଘଣ୍ଟାରେ ପ୍ରବଳ ବର୍ଷା ସହିତ ଘଡଘଡି ହେବା ନେଇ ସତର୍କତା ଜାରି କରାଯାଇଛି ।

