Hbf9nypbuaextcz

ବିଧାନସଭାର ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଅଧିବେଶନ ଶେଷ ହୋଇଛି । ଏହି ଅଧିବେଶନରେ ବିରୋଧୀ ପ୍ରବଳ ହଟ୍ଟଗୋଳ ଯୋଗୁ ପ୍ରଶ୍ନକାଳ ଚାଲିବା ମୁସ୍କିଲ ହୋଇଥିଲା । ଏହି ଅଧିବେଶନ ଶେଷ ହେବା ପରେ ଗୃହକୁ ଆସନ୍ତା ମାର୍ଚ୍ଚ ୯ ତାରିଖ ସକାଳ ୧୦ଟା ୩୦ ମିନିଟ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ସୁରମା ପାଢୀ । ମାର୍ଚ୍ଚ ୯ରୁ ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ ଆରମ୍ଭ ହେବ ।
ଚଳିତ ଅଧିବେଶନରେ ବିରୋଧୀ ବିଜେଡି ଓ କଂଗ୍ରେସ ସଦସ୍ୟମାନେ ଚାଷୀ ପ୍ରସଙ୍ଗକୁ ମୁଦ୍ଦା କରି ରାଜ୍ୟ ସରକାରଙ୍କୁ ଘେରିଥିଲେ । ଫଳରେ ଗୋଟିଏ ବି ଦିନ ପ୍ରଶ୍ନକାଳ ସମ୍ପୂର୍ଣ୍ଣ ଚାଲିପାରିନାହିଁ । ଚାଷୀଙ୍କ ସମସ୍ୟାର ସମାଧାନ ହେଉନଥିବା ବେଳେ ମଣ୍ଡିରେ ଧାନ ଉଠୁନି ପ୍ରସଙ୍ଗକୁ ନେଇ ବିରୋଧୀ ସରକାରଙ୍କୁ ଘେରିଥିବା ବେଳେ ସେମାନଙ୍କ ଉପରେ ବର୍ଷିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

ମୁଖ୍ୟମନ୍ତ୍ରୀ କହିଛନ୍ତି ୨୪ବର୍ଷ ସରକାରରେ ଥିବାବେଳେ ଏବେ ବିରୋଧୀ ଦଳ ହୋଇଛନ୍ତି । ଆସନ୍ତା ୨୪ବର୍ଷ ପର୍ଯ୍ୟନ୍ତ ଆଉ ସରକାରକୁ ସେମାନେ ଆସିବେ ନାହିଁ । ବିରୋଧୀ ଦଳର ଭୂମିକା ନିର୍ବାହ ନକରି, ଚାଷୀଙ୍କ ନାଁରେ ହୀନ ରାଜନୀତି କରୁଛନ୍ତି । ବିଜେଡି କହୁଥିଲା ଲକ୍ଷାଧିକ ଚାଷୀଙ୍କୁ ନେଇ ବିଧାନସଭା ଘେରାଉ କରିବ, ହେଲେ ଆଜି କେତେ ଲୋକ ଆସିଥିଲେ । ବିଜେଡିର ଚାଷୀ ସମାବେଶରେ ଚାଷୀ ଥିଲେ କି ବୋଲି କହି କଡା ସମାଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ।

Share