Gas

ଭୁବନେଶ୍ୱର: ଭୁବନେଶ୍ୱର ଆଇଗିଣିଆ ଶୀତଳଭଣ୍ଡାରରେ ରାତି ଅଧରେ ଅଘଟଣ ।  ଫାଟିଲା କୋଲ୍ଡ ଷ୍ଟୋରେଜ୍ ପାଇପ୍ ।  ଆଳୁଗୋଦାମ ନିକଟ ଏକ ଶୀତଳଭଣ୍ଡାରରୁ ଆମୋନିଆ ଗ୍ୟାସ ଲିକ୍ ।  ଗ୍ୟାସ ଲିକ ହେବାରୁ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଥିଲା । ପ୍ରବଳ ଦୁର୍ଗନ୍ଧ ହେବା ସହ ଲୋକମାନେ ଅଣନିଶ୍ବାସୀ ହୋଇପଡିଥିଲେ ।  ଗ୍ୟାସ୍ ଯୋଗୁଁ ଆଖି ମଧ୍ୟ ପୋଡିଥିଲା ।  ଖବର ପାଇ ତମାଣ୍ଡୋ ଫାୟାର ଷ୍ଟେସନ, ଭୁବନେଶ୍ୱର ଫାୟାର ଷ୍ଟେସନ ଓ ସ୍ପେଶାଲ ଫାୟାର ଫାଇଟିଂ ଫୋର୍ସ ତୁରନ୍ତ ଘଟଣାସ୍ଥଳକୁ ପହଞ୍ଚିଥିଲେ ।

ପ୍ରଥମେ ସୁରକ୍ଷାମୂଳକ ପଦକ୍ଷେପ ଭାବେ ଆଖପାଖର ଲୋକମାନଙ୍କୁ ସେଠାରୁ ହଟାଯାଇଥିଲା ।  ଗ୍ୟାସ ଧୂଆଁକୁ ନିୟନ୍ତ୍ରଣ କରିବା ପାଇଁ କୋଲ୍ଡ ଷ୍ଟୋରେଜ ଭିତରେ ପାଣି ଛଟାଯାଇଥିଲା ।  ଦୀର୍ଘ ୪ ଘଣ୍ଟା ପରେ ଅଗ୍ନିଶମ ବାହିନୀ ସ୍ଥିତି ନିୟନ୍ତ୍ରଣକୁ ଆଣିଥିଲା । ଏହି ଅଘଟଣ ପରେ ଆଜି ଶୀତଳଭଣ୍ଡାର ବନ୍ଦ ରହିବା ନେଇ ସୂଚନା ମିଳିଛି ।  ଆମୋନିଆ ଗ୍ୟାସ କାହିଁକି ଓ କିପରି ଲିକ୍ ହେଲା ସେନେଇ ପ୍ରଶ୍ନ ସୃଷ୍ଟି ହୋଇଛି ।

Share