Indian army

ମାଲକାନଗିରି : ପୋଲିସ ଗୁଳିରେ ଦୁଇ ହାର୍ଡକୋର ମାଓବାଦୀ ନିହତ । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାର ଇନ୍ଦ୍ରାବତୀ ନଦୀ ଅଞ୍ଚଳରେ ପୋଲିସ ମାଓବାଦୀ ମଧ୍ୟରେ ଗୁଳିବିନିମୟ। ପୋଲିସର ଏନକାଉଣ୍ଟରରେ ଦୁଇ ହାର୍ଡକୋର ମାଓବାଦୀ ନିହତ । ଘଟଣାସ୍ଥଳରୁ SLR, INSAS ଏବଂ ବାର ବୋର ବନ୍ଧୁକ ସହ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରିଛି ସୁରକ୍ଷାକର୍ମୀ ।

ସେପଟେ ନାରାୟଣପୁର ଜିଲ୍ଲାର କୁମୁରାଡି ଜଙ୍ଗଲ ITBP ଯବାନଙ୍କ ମାଓ ଦମନ ଅପରେସନ ବେଳେ ବଡ଼ ଧରଣର ମାଓ କ୍ୟାମ୍ପ ଠାବ । ବିପୁଳ ପରିମାଣର ଅଟମେଟିକ ବନ୍ଧୁକ ସହ ମାଓ ବିସ୍ପୋରକ ସାମଗ୍ରୀ ଜବତ କରିଛି ସୁରକ୍ଷାକର୍ମୀ । ଏବେବି ଯବାନଙ୍କ ପକ୍ଷରୁ ଅପରେସନ ଜୋରଦାର ଜାରି ରହିଛି ।

Share