Screenshot 2026 05 10 152750 652x430

ରାୟଗଡ଼ା: ରାୟଗଡାରେ ତୁମ୍ଭିଗୁଡା ଅଞ୍ଚଳରୁ ଯୁବକଙ୍କୁ ଅପହରଣ ପରେ ମୃତଦେହ ମିଳିବା ଘଟଣାରେ ଉତ୍ତେଜନା ପ୍ରକାଶ ପାଇଛି। ଯୁବକଙ୍କ ପରିବାର ଓ ଗ୍ରାମବାସୀମାନେ ସ୍ଥାନୀୟ ଅଞ୍ଚଳରେ ରାସ୍ତାରୋକ କରିଛନ୍ତି। ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ଦାବିରେ ଥାନା ଘେରାଉ କଲେ ମୃତ ନିଖିଲଙ୍କ ପରିବାରଙ୍କ ସହ ସ୍ଥାନୀୟ ଲୋକେ। ଥାନା ଆଗରେ ଟାୟାର ଜାଳି ବିକ୍ଷୋଭ ପ୍ରଦର୍ଶନ। ଘଟଣା ପରେ ଥାନା ପରିସରରେ ବ୍ୟାପକ ପୋଲିସ ସହ ଅଗ୍ନିଶମ ବିଭାଗ କର୍ମଚାରୀ ମୁତୟନ ହୋଇଛନ୍ତି। ଉତ୍ୟକ୍ତ ଲୋକଙ୍କୁ ବୁଝାଇବା ପାଇଁ ଉଦ୍ୟମ ଚଳାଇଛି ପୋଲିସ।

ସୂଚନା ଅନୁସାରେ ଶନିବାର ରାତିରେ ରାୟଗଡା ସହର ଇନ୍ଦିରା ନଗର ତୃତୀୟ ଲେନରେ କିଛି ଦୁର୍ବୃତ୍ତ ଗୋଟିଏ ବୁଲେଟ ଏବଂ ଏକ ଚାରି ଚକିଆ ଗାଡ଼ିରେ ନିଖିଲଙ୍କୁ ପିଛା କରିଥିଲେ। ଏହି ସମୟରେ ଉଭୟଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହୋଇଥିଲା। ତେବେ ନିଖିଲ ଦୌଡ଼ି ପଳାଇବା ସମୟରେ ଫାୟାରିଂ ହୋଇଥିଲା। ନିଖିଳ ଭୟରେ ଜଣଙ୍କ ଘର ଭିତରକୁ ପଶିଯିବାକୁ ଉଦ୍ୟମ ବେଳେ ତାଙ୍କୁ ଅପହରଣ କରାଯାଇଥିଲା। ପରେ ନିଖିଲ ହାଡ଼ିପାକୁ ହତ୍ୟା କରିଥିବା ଜଣାପଡିଛି। ନିଖିଲର ମୃତଦେହ ତୁମ୍ବିଗୁଡା ନିକଟସ୍ଥ ନାଗାବଳୀ ନଦୀ କୂଳରେ ଠାବ ହୋଇଛି। ସ୍ଥାନୀୟ ଲୋକ ମୃତଦେହକୁ ଦେଖି ପୋଲିସକୁ ଖବର ଦେଇଥିଲେ। ଘଟଣାରେ ଆଜି ସକାଳୁ ପୋଲିସର ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Share