ଭୁବନେଶ୍ବର: କୁଆଖାଇ ନଦୀରେ ବୁଡ଼ିଗଲେ ନବମ ଶ୍ରେଣୀ ଛାତ୍ର । ସାଙ୍ଗ ମାନଙ୍କ ସହ ଗାଧୋଇବାକୁ ଯାଇଥିବା ବେଳେ ଘଟିଛି ଅଘଟଣ । ବିଳମ୍ବିତ ରାତିରେ ପାଣିରୁ ଉଦ୍ଧାର କରିଛି ଅଗ୍ନିଶମ ଉଦ୍ଧାରକାରୀ ଦଳ । ମଞ୍ଚେଶ୍ୱର ଅଞ୍ଚଳରେ ନଦୀ ଗର୍ଭରୁ ଉଦ୍ଧାର ହୋଇଛି । ଅପରାହ୍ଣରେ ଏକାଠି ସାଙ୍ଗ ହୋଇ କୁଆଖାଇକୁ ଯାଇଥିଲେ । ଅସାବଧାନତାରୁ ଜଣେ ଛାତ୍ର ବୁଡ଼ି ଯାଇଥିଲେ । ଖବର ପାଇ ଅଗ୍ନିଶମ ବାହିନୀ ବହୁ ଖୋଜାଖୋଜି କରିବା ପରେ ମୃତଦେହ ଉଦ୍ଧାର କରାଯାଇଥିଲା । ଏହାକୁ ନେଇ ଜିଜିପି କଲୋନୀରେ ଶୋକାକୂଳ ପରିବେଶ ଖେଳିଯାଇଛି ।
ସୂଚନାଯୋଗ୍ୟ, ଗତମାସ ମଧ୍ୟ ବ୍ରାହ୍ମଣୀ ନଦୀରେ ଗାଧୋଇବା ବେଳେ ଯୁବକ ନିଖୋଜ ହୋଇଯାଇଥିଲେ । ସାଙ୍ଗମାନଙ୍କ ସହିତ ନଦୀକୁ ଗାଧୋଇବାକୁ ଯାଇ ଭାସିଗଲେ ଯୁବକ । ଖୋଜା ଖୋଜି କରିବାରେ ମିଳି ପାରୁନି ଯୁବକଙ୍କ ପତ୍ତା । ଢେଙ୍କାନାଳ ଜିଲ୍ଲା କଣ୍ଟା ବଣିଆ ଥାନା ଅନ୍ତର୍ଗତ ମାନପୁର ବ୍ରାହ୍ମଣୀ ନଦୀ ଘାଟରେ ଘଟିଥିଲା ଏହି ଅଭାବନୀୟ ଘଟଣା । ବ୍ରାହ୍ମଣୀ ନଦୀରେ ଭାସି ଯାଇଥିବା ଯୁବକ ନଦୀ ପାଣିରେ ନିଖୋଜ ଥିବା ଜଣାପଡିଥିଲା ।

