ଭୁବନେଶ୍ବର: ରାଜଧାନୀରେ ପୁଣି ବୁଲିଲା ଖଣ୍ଡା । ଭୁବନେଶ୍ୱର ଘାଟିକିଆରେ ସଂଘବଧ ଆକ୍ରମଣ । ମାରଣାସ୍ତ୍ର ଧରି ଜଣେ ଯୁବକଙ୍କୁ ୮ ଦୁର୍ବୃତ୍ତ ଘେରି ପିଟିଥିବା ଅଭିଯୋଗ । ଖଣ୍ଡା ଓ ଛୁରୀ ଆକ୍ରମଣରେ ଗୁରୁତର ଆହତ ହୋଇଥିବା ଶ୍ରୀକାନ୍ତ ବେହେରାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ଚିକିତ୍ସା ପାଇଁ ଅଣା ଯାଇଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଆକ୍ରମଣ ହୋଇଥିବା ସୂଚନା ।
ସୂଚନାଯୋଗ୍ୟ, ଶନିବାର ମଧ୍ୟ ରାଜଧାନୀରେ ବୁଲିଥିଲା ଖଣ୍ଡା । ନିଶା କାରବାରକୁ ନେଇ ହାଣିଲେ ଦୁର୍ବୃତ୍ତ । ୪ ଗୁରୁତର ଆହତ ହୋଇଥିଲେ । ଭୁବନେଶ୍ବର କ୍ୟାପିଟାଲ ଥାନା କେଦାର ପଲ୍ଲୀ ବସ୍ତିରେ ଘଟଣା ଘଟିଥିଲା । ସମସ୍ତ ଆହତଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଆକ୍ରମଣ ସମୟର ଦୃଶ୍ୟ ସିସିଟିଭିରେ କଏଦ ହୋଇଥିଲେ । ଅଭିଯୋଗ ପରେ ତଦନ୍ତ କରୁଛି ପୋଲିସ ।
ସେପଟେ ଦୁଇ ଦିନ ହେଲା ବାଲିଅନ୍ତା ସୌମ୍ୟରଞ୍ଜନ ହତ୍ୟା ଘଟଣାକୁ ନେଇ ବଢ଼ୁଥିଲା ଚର୍ଚ୍ଚା । ସୌମ୍ୟକୁ ହତ୍ୟା କରିବା ପଛରେ ଷଡ଼ଯନ୍ତ୍ର ଥିବା ଅଭିଯୋଗ କରିଛନ୍ତି ତାଙ୍କ ପରିବାର। ଅସଦାଚରଣ ଅଭିଯୋଗରୁ ପିଟିପିଟି ମାରିଦେଲେ ନା ପଛରେ ରହିଛି ଆଉ କିଛି କାରଣ, ତାକୁ ନେଇ ଚର୍ଚ୍ଚା ବଢ଼ିବାରେ ଲାଗିଛି ।

