81v1582s suvendu adhikari 160x120 09 may 26 1 1024x576

କଲକତା:ଆକ୍ସନ ମୋଡରେ ଶୁଭେନ୍ଦୁ। ନବନିଯୁକ୍ତ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ସୋମବାର ତାଙ୍କର ପ୍ରଥମ କ୍ୟାବିନେଟ୍ ବୈଠକର ଅଧ୍ୟକ୍ଷତା କରି ଛଅଟି ନିଷ୍ପତ୍ତି ନେଇଛନ୍ତି।ଏହି ବୈଠକରେ ଅନେକ ଗୁଡିଏ ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରାଯାଇଥିଲା। ରାଜ୍ୟ ଓ କେନ୍ଦ୍ର ଭିତରେ ଥିବା  କିଛି ଗୁଡିଏ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପକୁ ସ୍ଥଗିତ ରଖିଗଲା।​ କ୍ୟାବିନେଟ୍ ବୈଠକ ପରେ,ଅଧିକାରୀ କହିଛନ୍ତି ଯେ ପଶ୍ଚିମବଙ୍ଗରେ ସୁଶାସନ, ସୁରକ୍ଷା ଏବଂ ଡବଲ-ଇଞ୍ଜିନ୍ ସରକାରଙ୍କ ନୂତନ ଯାତ୍ରା। ଆମ ସରକାର ଦେଶର ଅନ୍ୟ ବିଜେପି ଶାସିତ ରାଜ୍ୟଗୁଡିକୁ ଅନୁସରଣ କରାଯାଇଥିବା ନେଇ କହିଛନ୍ତି ଶୁଭେନ୍ଦୁ। ଆମ ସରକାର ବିକାଶର ସମାନ ପଥରେ ଆଗକୁ ବଢ଼ିବ। ଡକ୍ଟର ବାବାସାହେବ ଆମ୍ବେଦକରଙ୍କ ନୀତି ଆଦର୍ଶ ପ୍ରତି ସରକାରଙ୍କ ପ୍ରତିବଦ୍ଧତାକୁ ପୁନଃ ଦୃଢ଼ କରିଛନ୍ତି।ସୋମବାର ଆମେ କ୍ୟାବିନେଟରେ ଛଅଟି ନିଷ୍ପତ୍ତି ନେଇଛୁ ବୋଲି ସୂଚନା ଦେଲେ ଶୁଭେନ୍ଦୁ। ବିଜେପି ସମର୍ଥକ ଭାବରେ ଜୀବନ ଦେଇଥିବା ୩୨୧ ସହିଦ ପରିବାରଙ୍କ ମଙ୍ଗଳ ପାଇଁ ଆମେ ପ୍ରତିବଦ୍ଧ ଶୁଭେନ୍ଦୁ କହିଛନ୍ତି। ବଙ୍ଗଳା ସରକାର ନେଇଥିବା ନିଷ୍ପତ୍ତିଗୁଡ଼ିକ ଏଠାରେ ଦିଆଯାଇଛି।

  • ସମସ୍ତ କେନ୍ଦ୍ରୀୟ ଯୋଜନାର କାର୍ଯ୍ୟକାରୀ

ଆୟୁଷ୍ମାନ ଭାରତ ଯୋଜନାରେ ପଶ୍ଚିମବଙ୍ଗରେ ଲାଗୁ କରାଯିବା ନେଇ ନିଷ୍ପତ୍ତି ନେଇଛନ୍ତି। ସ୍ୱାସ୍ଥ୍ୟ ସଚିବ ଏବଂ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ପରାମର୍ଶଦାତାମାନଙ୍କୁ ତୁରନ୍ତ  କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସହିତ ଆବଶ୍ୟକୀୟ ଚୁକ୍ତିନାମା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

  • କେନ୍ଦ୍ରୀୟ ତାଲିମ ପାଇଁ ଆଇଏଏସ ଓ ଆଇପିଏସ ଅଧିକାରୀମାନଙ୍କୁ ଅନୁମତି ମିଳିଛି

ସରକାର ଭାରତୀୟ ନ୍ୟାୟ ସଂହିତାର ବ୍ୟବସ୍ଥା ସହିତ ପଶ୍ଚିମବଙ୍ଗକୁ ସମ୍ପୂର୍ଣ୍ଣ ଭାବରେ ସମନ୍ୱିତ କରିବାକୁ ନିଷ୍ପତ୍ତି । ପଶ୍ଚିମବଙ୍ଗ ସରକାରୀ ଅଧିକାରୀମାନେ କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ତାଲିମ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ନେଇ ଏକ ବିଜ୍ଞପ୍ତିରେ କୁହାଯାଇଛି। ପୂର୍ବ ସରକାର ଅଧିକାରୀମାନଙ୍କୁ ଯୋଜନାରେ ଅଂଶଗ୍ରହଣ କରିବାକୁ ଅନୁମତି ଦେଇ ନଥିଲେ, ସେ କହିଛନ୍ତି।

  • ଚାକିରୀ ଆଶାୟୀଙ୍କ ପାଇଁ ବଡ ଘୋଷଣା

ଅଧିକାରୀ ଘୋଷଣା କରିଛନ୍ତି ଯେ କ୍ୟାବିନେଟ୍ ଶିକ୍ଷିତ ଯୁବକ ଯୁବତୀଙ୍କ ପାଇଁ ନିଯୁକ୍ତି ସୁଯୋଗ ଉନ୍ନତ କରିବା ପାଇଁ ସରକାରୀ ଚାକିରି ଆବେଦନର ସର୍ବୋଚ୍ଚ ବୟସ ସୀମା ପାଞ୍ଚ ବର୍ଷ ବୃଦ୍ଧି କରିବାକୁ ନିଷ୍ପତ୍ତି ଅଧିକାରୀ ଘୋଷଣା କରିଛନ୍ତି।

  • ଜନଗଣନାକୁ ଗୁରୁତ୍ଵ

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପୂର୍ବ ସରକାର ଜନଗଣନା ପ୍ରକ୍ରିୟା ସମ୍ପର୍କରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ ତାରିଖ ଜୁନ୍ ୧୬, ୨୦୨୫କୁ କାର୍ଯ୍ୟକାରୀ କରିବାରେ ବିଫଳ ହୋଇଥିଲେ। ବର୍ତ୍ତମାନର ସରକାର ତୁରନ୍ତ ବିଚାରାଧୀନ ପ୍ରଶାସନିକ ସର୍କୁଲାରକୁ କାର୍ଯ୍ୟକାରୀ କରିଛନ୍ତି। ଭାରତ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ କାର୍ଯ୍ୟ କରିବା ପାଇଁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଦ୍ୱାରା ଜୁନ୍ ୧୬, ୨୦୨୫ରେ ଏକ ଚିଠି ପଠାଯାଇଥିଲା। ପୂର୍ବ ସରକାର ଫାଇଲ୍ ଧରି ବସି ରହିଥିଲେ; ଆମେ ପଶ୍ଚିମବଙ୍ଗରେ ଜନଗଣନା ଆରମ୍ଭ କରୁଛୁ ବୋଲି ଶୁଭେନ୍ଦୁ କହିଛନ୍ତି।

  • ରାଜନୈତିକ ହିଂସା

ରାଜନୈତିକ ହିଂସା ବିଷୟରେ ଅଧିକାରୀ କହିଛନ୍ତି ଯେ ସରକାର “ରାଜନୈତିକ ସଂଘର୍ଷ” ସମୟରେ ଦଳୀୟ କର୍ମୀଙ୍କ ମୃତ୍ୟୁ ସହିତ ଜଡିତ ମାମଲାଗୁଡ଼ିକର ତଦନ୍ତ କରିବାକୁ ପ୍ରସ୍ତୁତ ଅଛନ୍ତି, ଯଦି ପରିବାରଗୁଡ଼ିକ ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କରନ୍ତି। ଆମ ସଂଘର୍ଷ ସମୟରେ ପ୍ରାଣ ହରାଇଥିବା ୩୨୧ ଜଣଙ୍କ ସେମାନଙ୍କ ପରିବାର ଚାହାଁନ୍ତି, ତେବେ ସରକାର ତଦନ୍ତ ଆରମ୍ଭ କରିବେ ସେମାନଙ୍କୁ ଦଣ୍ତ ଦିଆଯିବ।

Share