4e7e0748 fdba 45c0 88ab 6f586a5fcba0 1778755610702 1778755636131 8edbe866 a271 451e 9f1a cc63aab5b771

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ତୈଳ ସଂଙ୍କଟ ହେବାର ଲାଗିଛି। ଦେଶର ବିଭିନ୍ନ ସ୍ଥାନରେ ପେଟ୍ରୋଲ ପମ୍ପରେ ପେଟ୍ରୋଲ ନ ମିଳୁଥିବା ଦୃଶ୍ୟ ଦେଖିବାକୁ ମିଳିଛି। ସଂଙ୍କଟକୁ ନେଇ ଚିନ୍ତାରେ କେନ୍ଦ୍ର ସରକାର।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅପିଲ ପରେ ଦିଲ୍ଲୀ ସରକାରଙ୍କ ବଡ଼ ନିଷ୍ପତ୍ତି। ଦିଲ୍ଲୀରେ ଆଗାମୀ ଦୁଇଦିନ ଯାଏଁ ସରକାରୀ ଅଫିସରେ ୱାର୍କ ଫ୍ରମ ହୋମ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା।ଅର୍ଥନୈତିକ ସ୍ଥିରତା ବଜାୟ ରଖିବା ପାଇଁ ଏଭଳି ନିଷ୍ପତ୍ତି ନେଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା କହିଛନ୍ତି, ୱାର୍କ ଫ୍ରମ ହୋମ ନିୟମର ଆରମ୍ଭ ନିଜ ଅଫିସରୁ ଲାଗୁ କରାଯିବ । ସରକାରୀ ଅଫିସର ଏବଂ ମନ୍ତ୍ରୀଙ୍କ କାରକେଡରେ ଗାଡ଼ି ସଂଖ୍ୟା ହ୍ରାସ କରାଯାଇଛି । ଅଫିସରମାନଙ୍କୁ ପେଟ୍ରୋଲ ପାଇଁ ଅର୍ଥ ଦିଆଯାଉଥିଲା, ସେଥିରେ ୨୦ ପ୍ରତିଶତ କମ୍ କରାଯାଇଛି । ଯେଉଁମାନଙ୍କୁ ୨୦୦ ରୁ ୨୫୦ ଲିଟର ପେଟ୍ରୋଲ ଡିଜେଲ ପ୍ରତି ମାସରେ ଦିଆଯାଉଥିଲା, ତାହା ମଧ୍ୟ ହ୍ରାସ କରାଯିବ । ଗୋଟିଏ ଦିନ ନୋ ଭେଇକିଲ୍ ଡେ ପାଳନ କରିବୁ।ସେ ଆହୁରି ମଧ୍ୟ କହିଛନ୍ତି, ଯେଉଁ ଅଧିକାରୀଙ୍କୁ ଗାଡି ପାଇଁ ଭତ୍ତା ମିଳୁଥିଲା, ଯଦି ସେମାନେ ପବ୍ଲିକ ଟ୍ରାନ୍ସପୋର୍ଟ ବ୍ୟବହାର କରନ୍ତି, ତେବେ ୧୦% ଇନକ୍ରିମେଣ୍ଟ ମିଳିବ । ବସ୍ ର ରୁଟ୍ ନିର୍ଦ୍ଧାରିତ କରାଯିବ, ଆଉ ଅଧିକରୁ ଅଧିକ ଲୋକ ଏହାକୁ ବ୍ୟବହାର କରିପାରିବେ । ୫୦ ପ୍ରତିଶତ ମିଟିଂ ଭର୍ଚୁଆଲ୍ କରିବା ପାଇଁ ଚେଷ୍ଟା କରାଯିବ।

ମୁଖ୍ୟମନ୍ତ୍ରୀ କୋର୍ଟକୁ କହିଛନ୍ତି, ଅଧିକାଂଶ ଶୁଣାଣି ଭର୍ଚୁଆଲ କରିବାକୁ ଚେଷ୍ଟା କରାଯାଉ । ସୋମବାର ଦିନ ସମସ୍ତ ଲୋକ ମେଟ୍ରୋର ବ୍ୟବହାର କରନ୍ତୁ । ଆଗାମୀ ୩ ମାସ ଯାଏଁ ଆମେ କୌଣସି ବଡ଼ ଇଭେଣ୍ଟ କରିବା ନାହିଁ । ଦିଲ୍ଲୀ ପାଇଁ ବିଶେଷ ଟ୍ରାଭେଳ ପ୍ଲାନ ପ୍ରସ୍ତୁତ କରାଯାଉ, ଯେଉଁଥିରେ ପର୍ଯ୍ୟଟକଙ୍କୁ କୌଣସି ସମସ୍ୟା ନ ଉପୁଜୁ ।

Share