Cbse board (1)

ନୂଆଦିଲ୍ଲୀ : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ଜୁଲାଇ ୧ରୁ ୯ମ ଏବଂ ୧୦ମ ଶ୍ରେଣୀ ଛାତ୍ରଙ୍କ ପାଇଁ ୩ଟି ଭାଷା ଜାଣିଥିବା ବାଧ୍ୟତାମୂଳକ କରାଯାଇଛି । ଏହି ନୂଆ ନିୟମ ଜୁଲାଇ ୧, ୨୦୨୬ ଶିକ୍ଷାବର୍ଷ ୨୦୨୬-୨୭ରୁ ଆରମ୍ଭ ହେବ । ବୋର୍ଡ ଦ୍ବାରା ଜାରି ହୋଇଥିବା ସର୍କୁଲାର ଅନୁସାରେ, ରାଷ୍ଟ୍ରୀୟ ଶିକ୍ଷା ନୀତି ୨୦୨୦ ଏବଂ ନ୍ୟାସନାଲ କରିକୁଲମ ଫ୍ରେମୱାର୍କ ୨୦୨୩ ଅଧିନରେ ଏହି ନିଷ୍ପତ୍ତି ନିଆଯାଇଛି ।

ନୂଆ ଶିକ୍ଷାବର୍ଷ ପାଇଁ ୯ମ ଛାତ୍ର ୩ଟି ଭାଷାରେ ପଢିବା ବାଧ୍ୟତାମୂଳକ । ଏହି ନିୟମରେ ୩ଟି ଭାଷା ମଧ୍ୟରେ ଅତିକମରେ ୨ଟି ଭାଷା ଭାରତୀୟ ହେବା ଜରୁରୀ । ନୂଆ ବ୍ୟବସ୍ଥା ଅନୁସାରେ ତିନୋଟି ଭାଷାରୁ ଅନ୍ୟୁନ ଦୁଇଟି ଭାରତୀୟ ନେଟିଭ ଭାଷା ହେବା ଆବଶ୍ୟକ ରହିବ । ତଥାପି ଦଶମ ବୋର୍ଡ ପରୀକ୍ଷାରେ ତୃତୀୟ ଭାଷା ପରୀକ୍ଷା ଦେବା ବାଧ୍ୟତାମୂଳକ ହେବ ନାହିଁ ବୋଲି ମଧ୍ୟ ସ୍ପଷ୍ଟ କରାଯାଇଛି । ତୃତୀୟ ଭାଷା ଭାବେ ଆଞ୍ଚଳିକ ଭାଷାଗୁଡିକର ତାଲିକାରେ ‘ଓଡ଼ିଆ’ ସହିତ ମୋଟ ୧୯ଟି ଭାଷାକୁ ସ୍ଥାନ ଦିଆଯାଇଛି ।

ଯେଉଁ ଛାତ୍ରମାନେ ବିଦେଶୀ ଭାଷା (ଫ୍ରେଞ୍ଚ, ଜର୍ମାନୀ) ଆଦି ପଢିବାକୁ ଚାହୁଁଛନ୍ତି, ସେମାନେ ୩ୟ ଭାଷାକୁ ଚୟନ କରିପାରିବେ । ଛାତ୍ରଛାତ୍ରୀ ଚାହିଁଲେ ୪ର୍ଥ ଭାଷା ମଧ୍ୟ ପଢିପାରିବେ ।

Share