ନୂଆଦିଲ୍ଲୀ: ମସାଜ ପାର୍ଲର ଖୋଲି ମହିଳାଙ୍କୁ ଦେଉଥିଲେ ଯୌନ ନିର୍ଯାତନା । ପ୍ରାୟ ୬୧ ମହିଳାଙ୍କୁ ନିର୍ଯାତନା ଦେଇଥିବା ଅଭିଯୋଗରେ ୩୯ ବର୍ଷୀୟ ଭାରତୀୟଙ୍କୁ ମିଳାଲା ଜେଲ ଦଣ୍ଡ । ଅଭିଯୁକ୍ତଙ୍କ ନାମ ସୁମିତ ସତୀଶ ରସ୍ତୋଗୀ। ଅଷ୍ଟ୍ରେଲିଆର ଆଡେଲଏଡ୍ କୋର୍ଟରେ ସୁମିତ ଦୋଷୀ ସାବ୍ୟସ୍ତ ହେବା ପରେ ତାଙ୍କୁ ୧୩ ବର୍ଷ ୧୦ ମାସ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ରାୟ ଶୁଣାଇଛନ୍ତି ଆଡେଲଏଡ୍ ଅଦାଲତ । ପାର୍ଲରରେ ମସାଜ ବେଳେ ସେ ନିଜ ଉପରୁ ନିୟନ୍ତ୍ରଣ ହରାଇ ଯୌନ କାର୍ଯ୍ୟରେ ଲିପ୍ତ ରହୁଥିଲେ ।
୯୭ଟି ଅଭିଯୋଗ ଆଧାରରେ ସୁମିତ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ସେଥିରୁ ୫୫ଟି ମାମଲା ମହିଳାଙ୍କ ଅସଂଯତ ଭିଡିଓ ଉତ୍ତୋଳନ କରିବା ଓ ୪୨ଟି ମାମଲା ମହିଳାଙ୍କୁ ନିର୍ଯାତନା ଦେବା ସହ ଅନ୍ତର୍ଭୁକ୍ତ ବୋଲି ଅଦାଲତ କହିଛନ୍ତି । ତେବେ ସୁମିତ ୨୦୧୧ରେ ନୂଆଦିଲ୍ଲୀରୁ ଆଡେଲ୍ ଏଡ୍ ଆସିଥିବା ବେଳେ ସେଠାରେ ଏକ ମସାଜ ପାର୍ଲର ଖୋଲି ପ୍ରତିପୋଷଣ କରୁଥିଲେ ।
କିନ୍ତୁ ମସାଜ ନେଇ ସୁମିତଙ୍କ ନିକଟରେ କୌଣସି ଅଭିଜ୍ଞତା ନଥାଇ ସେ ମସାଜ ପାର୍ଲର ଖୋଲି ମହିଳାଙ୍କୁ ନିର୍ଯାତନା ଦେଉଥିବାରୁ ଗତ ୨୦୨୨ରେ ତାଙ୍କୁ ଗିରଫ କରାଯାଇଥିଲା । ସେବେଠାରୁ ସେ ବିଚାରାଧୀନ ବନ୍ଦୀ ଥିବା ବେଳେ ଆଜି ତାଙ୍କ ବିରୋଧରେ ରାୟ ଶୁଣାଇଥିଲେ ଆଡେଲ୍ ଏଡ୍ ଅଦାଲତ ।

