ବିହାର: ଦୁଇଦିନରେ ଦୁଇ ଟ୍ରେନରେ ଅଗ୍ନିକାଣ୍ଡ । ରାଜଧାନୀ ପରେ ଏବେ ଜଳିଲା ବିହାରର ପାସେଞ୍ଜର ଟ୍ରେନ୍ ଜଳିଗଲା ଯାତ୍ରୀବାହୀ ଟ୍ରେନ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ । ବିହାର ରୋହତାସ ଜିଲ୍ଲାର ସାସାରାମ ରେଳ ଷ୍ଟେସନ୍ ରେ ସାସାରାମ-ପାଟନା ପାସେଞ୍ଜର ରେଳ ଷ୍ଟେସନରେ ଅଟକି ରହିଥିବା ବେଳେ ହଠାତ୍ ନିଆଁ ଲଗିଯାଇଥିଲା । ଘଟଣାର ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ଘଟଣାରେ କେହି ମୃତାହତ ହୋଇନାହାନ୍ତି । ଆଜି ସକାଳ ପ୍ରାୟ ସାଢ଼େ ୫ଟା ସମୟରେ ଘଟିଥିଲା । ଇଞ୍ଜିନ୍ ପାର୍ଶ୍ୱର ପଞ୍ଚମ କୋଚ୍ ରେ ହଠାତ୍ ନିଆଁ ଲାଗିଯାଇଥିଲା ।
ନିଆଁ ବ୍ୟାପିବାରୁ ଗୋଟିଏ କୋଚ୍ ଜଳି ପାଉଁଶ ହୋଇଯାଇଥିଲା । ନିଆଁକୁ ନିୟନ୍ତ୍ରଣ କରାଯିବା ପରେ, ଜଳିଯାଇଥିବା ବଗିକୁ ବାହାର କରି ଟ୍ରେନ୍ ର ଧାର୍ଯ୍ୟ ଯାତ୍ରା ସମୟକୁ ପରିବର୍ତ୍ତନ କରାଯାଇ ପ୍ରାୟ ଦୁଇ ଘଣ୍ଟା ମଧ୍ୟରେ ଟ୍ରେନ୍ କୁ ଗନ୍ତବ୍ୟସ୍ଥଳ ଅଭିମୁଖେ ପଠାଯାଇଛି । ଅଗ୍ନିକାଣ୍ଡ ନେଇ ପ୍ଲାଟଫର୍ମରେ ଆତଙ୍କ ଖେଳିଯାଇଥିଲା । ଗତକାଲି ମଧ୍ୟପ୍ରଦେଶର ରତଲାମ ଜିଲ୍ଲାରେ ତିରୁବନନ୍ତପୁରମ-ହଜରତ ନିଜାମୁଦ୍ଦିନ ରାଜଧାନୀ ଏକ୍ସପ୍ରେସ୍ ରେ ଅଗ୍ନିକାଣ୍ଡ ଘଟିବାର ଦିନକ ପରେ ବିହାରରେ ପାସେଞ୍ଜର ଟ୍ରେନ୍ ଘଟଣା ଘଟିଛି ।

