ଭୁବନେଶ୍ୱର : ଆମ ବସ୍ ରେ ନିଆଁ । ଅଳ୍ପକେ ବର୍ତ୍ତିଲେ ଯାତ୍ରୀ । ପୁରୀ ମଙ୍ଗଳାଘାଟ ଛକରେ ଅଘଟଣ ଘଟିଛି । ବସଟି ଯାତ୍ରୀଙ୍କୁ ନେଇ ଯାଉଥିବାବେଳେ ମଙ୍ଗଳାଘାଟ ଛକରେ ଧୂଆଁ ବାହାରିଥିଲା । ଖବରପାଇ ବାସେଳିସାହି ଥାନା ଅଧିକାରୀ ପହଂଚିଥିଲେ । ତୁରନ୍ତ ସମସ୍ତ ଯାତ୍ରୀଙ୍କୁ ବାହାର କରାଯାଇଥିଲା । ସର୍ଟସର୍କିଟରୁ ନିଆଁ ଲାଗିଥିବା ଜଣାପଡିଛି । ସଟ୍ ସର୍କିଟ ଯୋଗୁଁ ଲାଗିଛି ନିଆଁ । ପୁରୀ ମଙ୍ଗଳା ଘାଟ ଛକରେ ଘଟିଛି ଘଟଣା । ମଙ୍ଗଳାହାଟ ଛକ ନିକଟରେ ଏକ ସରକାରୀ ବସରୁ ଧୂଆଁ ବାହାରୁଥିବା ଖବର ନଜରକୁ ଆସିଥିଲା । ସୂଚନା ପାଇବା ସହିତ ବାସେଳିସାହି ଥାନା ଅଧିକାରୀ ଓ ଷ୍ଟାଫ ଘଟଣାସ୍ଥଳରେ ପହଞ୍ଚିଥିଲେ। ତତସହିତ ଫାୟାର୍ ଷ୍ଟାଫ ମଧ୍ୟ ଆସିଥିଲେ । ପରବର୍ତ୍ତୀ ଯାଞ୍ଚରେ ବସରେ ଧୂଆଁ ବାହାରୁଥିବା କାରଣ ଜଣାପଡ଼ିଥିଲା । ସୁରକ୍ଷା ଦୃଷ୍ଟିରୁ ସମସ୍ତ ଯାତ୍ରୀଙ୍କୁ ବସରୁ ସୁରକ୍ଷିତ ଭାବେ ବାହାର କରାଯାଇଥିଲା । ପରେ ବସଟିକୁ ଷ୍ଟାଣ୍ଡକୁ ଫେରାଇ ଦିଆଯାଇଥିଲା ।

