ଜେଲ୍ ଓ୍ବାର୍ଡରଙ୍କ ସନ୍ଦେହଜନକ ମୃତ୍ୟୁ: କ୍ୱାର୍ଟର୍ସରୁ ଗଳିତ ମୃତଦେହ ଉଦ୍ଧାର

1791636432 vlcsnap 2026 10 10 18h14m53s375

କୋରାପୁଟ: କ୍ବାର୍ଟର୍ସରୁ ଉଦ୍ଧାର ହେଲା ଜେଲ ଓ୍ବାର୍ଡରଙ୍କ ମୃତଦେହ । କୋରାପୁଟ ଜେଲରେ ୱାର୍ଡର ଭାବେ କାର୍ଯ୍ୟରତ ଦାମୋଦର ତ୍ରିପାଠୀଙ୍କ ମୃତଦେହ ଏକ କ୍ୱାର୍ଟର୍ସ ଭିତରୁ ଉଦ୍ଧାର କରାଯାଇଛି । ମୃତକଙ୍କ ଘର ଜୟପୁରସ୍ଥିତ କେଲାନଗରରେ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି।

ମିଳିଥିବା ସୂଚନା ଅନୁସାରେ, କ୍ୱାର୍ଟର୍ସ ଭିତରୁ ଦୁର୍ଗନ୍ଧ ବାହାରିବାରୁ ପଡ଼ୋଶୀମାନେ ପୋଲିସକୁ ଖବର ଦେଇଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି କବାଟ ଭାଙ୍ଗି ଭିତରକୁ ପ୍ରବେଶ କରିବା ପରେ ଗଳିତ ମୃତଦେହ ଦେଖିବାକୁ ପାଇଥିଲା। ତେବେ ପୋଲିସର ପ୍ରାଥମିକ ତଦନ୍ତରେ ଗତ ୨୫ ତାରିଖରୁ ଦାମୋଦର ତ୍ରିପାଠୀ ନିଜ ଡ୍ୟୁଟିରେ ଉପସ୍ଥିତ ନଥିଲେ। ତାଙ୍କ ମୃତ୍ୟୁର କାରଣ ଜଣାପଡ଼ିନଥିବା ବେଳେ ଘଟଣାକୁ ନେଇ ପୋଲିସର ତଦନ୍ତ ଜାରି ରହିଛି।

Share