Palgarh

ମହାରାଷ୍ଟ୍ର : ପାଲଘରର ମୁମ୍ବାଇ-ଅହମ୍ମଦାବାଦ ଜାତୀୟ ରାଜୀୟ ପଥରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୧୨ ଜଣଙ୍କର ମୃତ୍ୟୁ ଥିବାବେଳେ ୨୦ରୁ ୨୫ ଜଣ ଆହତ ହୋଇଛନ୍ତି । ଚିକିତ୍ସା ପାଇଁ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବିବାହ ଶୋଭାଯାତ୍ରା ନେଇ ଯାଉଥିବାବେଳେ ଏକ ଟ୍ରକ୍ କଣ୍ଟେନର ଗାଡି ସହିତ ଧକ୍କା ହେବାରୁ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି । ଆଗକୁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଅନୁମାନ କରାଯାଉଛି ।

ସୂଚନାନୁଯାୟୀ, ଅପରାହ୍ଣ ପ୍ରାୟ ୪ ଟା ସମୟରେ ବାପୁଗାଁ ଖଡକିପଡ଼ା ଗାଁର ଜଣେ ବ୍ୟକ୍ତିଙ୍କ ନିର୍ବନ୍ଧରେ ସାମିଲ ହେବା ପାଇଁ ୫୦ ରୁ ଅଧିକ ଯାତ୍ରୀ ଏକ ଆଇଚର ଟେମ୍ପୋରେ ଯାଇଥିଲେ । ଧକ୍କାର ଶକ୍ତି ଯୋଗୁଁ ଉଭୟ ଗାଡ଼ି ଓଲଟି ପଡ଼ିଥିଲା, ଯାହା ଫଳରେ ଅନେକ ଯାତ୍ରୀ ତଳେ ଫସି ଯାଇଥିଲେ। ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ଆଇଚର ଟେମ୍ପୋଟି କ୍ଷମତାଠାରୁ ଅଧିକ ଯାତ୍ରୀଙ୍କୁ ନେଇଯାଉଥିଲା । ତେଣୁ ଦ୍ରୁତ ଗତିରେ ଥିବା ଆଇଚରର ଡ୍ରାଇଭର ନିୟନ୍ତ୍ରଣ ହରାଇବାରୁ ଦୁର୍ଘଟଣା ଘଟିଥିଲା ।

ଅନ୍ୟପଟେ ସ୍ଥାନୀୟ ବାସିନ୍ଦା, ପୋଲିସ ଏବଂ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି କ୍ଷତିଗ୍ରସ୍ତ ଗାଡ଼ିଗୁଡ଼ିକରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିଥିଲେ ।

Share