ଆର୍ମି ଏୟାର୍ ଡିଫେନ୍ସ କଲେଜରେ ନିକଟରେ ଥିବା ଧବଳେଶ୍ୱର ମନ୍ଦିରରେ ମହାଦେବଙ୍କୁ ଦର୍ଶନ କରିଛନ୍ତି। ଗତକାଲି ଦିଲ୍ଲୀରୁ ଆସିଥିବା ସ୍ବତନ୍ତ୍ର ସାଲୋନ୍ କୋଚ ଟ୍ରେନରେ ଭୁବନେଶ୍ବରରୁ ବ୍ରହ୍ମପୁର ଯାଇଥିଲେ ରାଷ୍ଟ୍ରପତି। ଅପରପକ୍ଷରେ ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ଭୁବନେଶ୍ୱର ଏବଂ ବ୍ରହ୍ମପୁର ରେଳ ଷ୍ଟେସନରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା ବୋଲି କହିଛନ୍ତି ଗଞ୍ଜାମ ଜିଲ୍ଲାପାଳ କୀର୍ତ୍ତି ଭାସନ ଭି।
ଭୁବନେଶ୍ୱର ଫେରିବା ପରେ ରାଷ୍ଟ୍ରପତି ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରିଥିଲେ। ସେ ଏକ ସ୍ୱତନ୍ତ୍ର IAF ବିମାନ ଯୋଗେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର (BPIA) ରୁ ଉଡ଼ାଣ ଭରିଥିଲେ। ଏହି ଅବସରରେ ରାଜ୍ୟପାଳ ହରି ବାବୁ କାମ୍ଭମପତି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ମୁଖ୍ୟ ସଚିବ ଅନୁ ଗର୍ଗ, ଡିଜିପି ୱାଇ ବି ଖୁରାନିଆ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ତାଙ୍କୁ ବିଦାୟ ଦେବା ପାଇଁ ବିମାନବନ୍ଦରରେ ଉପସ୍ଥିତ ଥିଲେ।
