ବିଜେଡିର ଜନସମ୍ପର୍କ ପଦଯାତ୍ରା: ଅପାରଗତାରେ ଓଡିଶା ସରକାର ସାରା ଦେଶରେ ନମ୍ବର ୧ ବୋଲି କଟାକ୍ଷ କଲେ ନବୀନ

D87593eb b3d8 4ed3 b4cb 80b8635560df 750x430

ଭୁବନେଶ୍ୱର : ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀରେ ବୁଧବାର ବିଜେଡି କରିଛି ଶକ୍ତି ପ୍ରଦର୍ଶନ । ବିଜୁ ଜନତା ଦଳର ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ବିଜେଡି ସରକାରରେ ବିକାଶ ଥିଲା ମୁଖ୍ୟ ଏଜେଣ୍ଡା, ହେଲେ ଡବଲ ଇଞ୍ଜିନ ସରକାର ପାଇଁ ତାଙ୍କ ଦଳର ବିକାଶ ମୁଖ୍ୟ ଏଜେଣ୍ଡା ବୋଲି କାର‌୍ୟ୍ୟକ୍ରମରେ ଯୋଗ ଦେଇ କହିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ ।

ଏ ସରକାର ଅମଳରେ ସମସ୍ତେ ହଇରାଣ ହେଉଛନ୍ତିା। ଚାଷୀ ହଇରାଣ, ମହିଳା ହଇରାଣ, ବୁଢା ବୁଢ଼ୀ ହଇରାଣ, ଗରିବ ଲୋକ ହଇରାଣ, ମଧ୍ୟବିତ୍ତ ହଇରାଣ, ଏମିତିକି ଜେନ୍‌ଜୀଙ୍କ ଭବିଷ୍ୟତ ମଧ୍ୟ ଅନ୍ଧାର ବୋଲି ମତ ବ୍ୟକ୍ତି କରିଛନ୍ତି ନବୀନ । ଅତ୍ୟାବଶ୍ୟକ ଦ୍ରବ୍ୟର ଦରଦାମ ବଢ଼ି ଚାଲିଛି। ସମସ୍ତେ ହଇରାଣ ହେଉଛନ୍ତିା ତଥାପି ସରକାର ନିଦା ବିଷ୍ଣୁ। ଅପାରଗତାରେ ଓଡିଶା ସରକାର ସାରା ଦେଶରେ ନମ୍ବର ୧ ବୋଲି ନବୀନ କଟାକ୍ଷ କରିଛନ୍ତିା ତେଣୁ ଲୋକଙ୍କ ସହ ରହି ଏ ଅପାରଗ ସରକାରର ମୁଖା ଖୋଲି ଦେବାକୁ ନବୀନ ଦଳର କର୍ମୀ ମାନଙ୍କୁ ଅନୁରୋଧ କରିଛନ୍ତି ।

Share