[ad_1]

ଘରେ କେହି ନଥିଲେ। ଏହାର ସୁଯୋଗ ନେଇ ଘରେ ପଶି କଳାକନା ବୁଲାଇଦେଲେ ଡକାୟତ। ଟଙ୍କା ଓ ସୁନାକୁ ମିଶାଇ୧୭ ଲକ୍ଷ ଟଙ୍କା ଚୋରି ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ ଚଢେଇଭୋଳ ବଜାର ଅଞ୍ଚଳରେ।

ଚଢେଇଭୋଳ ବଜାର ଅଞ୍ଚଳରେ ଜଣେ ବ୍ୟକ୍ତି ଗତକାଲି ନିଜ ପରିବାର ସହ କୌଣସି କାମରେ ବାହାରକୁ ଯାଇଥିଲେ। ଏହି ସମୟରେ ଚୋରମାନେ ଦିନ ଦ୍ୱିପହରେ ତାଙ୍କ ଘରେ ପଶିଥିଲେ। ପରେ ଆଲମାରି ଭାଙ୍ଗି ସୁନା ଅଳଙ୍କାର ଓ ଟଙ୍କା ନେଇ ଚମ୍ପଟ ମାରିଥିଲେ। ଟଙ୍କା ଓ ସୁନା ମିଶାଇ ପ୍ରାୟ ୧୭ ଲକ୍ଷ ଟଙ୍କା ଚୋରି ହୋଇଥିବା ଅଭିଯୋଗ ହୋଇଛି।

ପରିବାର ଲୋକେ ରାତିରେ ଘରକୁ ଫେରି ଜିନିଷ ପତ୍ର ଏପଟସେପଟ ହୋଇ ପଡ଼ିଥିବା ଦେଖିଥିଲେ। ଘରେ ରଖି ଯାଇଥିବା ଟଙ୍କାସୁନା ନଥିବା ଦେଖିବାକୁ ପାଇଥିଲେ। ଏନେଇ କରଞ୍ଜିଆରେ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଓ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାର ତଦନ୍ତ କରୁଛନ୍ତି।

[ad_2]

Share