କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ବା ସିବିଏସ୍ଇ, ଛାତ୍ର ତଥା ସେହି ସମ୍ବନ୍ଧୀୟ ସ୍କୁଲଗୁଡ଼ିକ ପାଇଁ ଏକ ସତର୍କ ସୂଚନା ଜାରି କରିଛି। ସିବିଏସ୍ଇ ସୂଚନା ଦେଇଛି ଯେ ଯଦି ଛାତ୍ର ଏବଂ ସ୍କୁଲଗୁଡ଼ିକ ‘ଲିଷ୍ଟ ଅଫ କ୍ୟାଣ୍ଡିଡେଟ୍ସ’ ଫର୍ମ ଠିକ୍ ଭାବରେପୂରଣ ନକରନ୍ତି ତେବେ ଛାତ୍ରମାନେ ୨୦୨୪ ବୋର୍ଡ ପରୀକ୍ଷାରେ ଅଂଶ ନେଇ ପାରିବେ ନାହିଁ । ବୋର୍ଡର ଅଫିସିଆଲ ନୋଟିସ ଅନୁଯାୟୀ, ଫର୍ମରେ ଡେମୋଗ୍ରାଫିକ ଡିଟେଲ୍ସ ଏବଂ ଛାତ୍ରମାନଙ୍କ ଦ୍ୱାରା ବଛାଯାଇଥିବା ବିଷୟଗୁଡିକ ସଠିକ୍ ଭାବରେ ଦେବା ଅତ୍ୟନ୍ତ ଜରୁରୀ ।
ଶିକ୍ଷା ବୋର୍ଡ ଏହା ମଧ୍ୟ କହିଛି ଯେ, ଛାତ୍ରଛାତ୍ରୀଙ୍କ ପାଇଁ ଭବିଷ୍ୟତରେ ହେଉଥିବା ସମସ୍ୟାକୁ ଏଡାଇବା ପାଇଁ ସେମାନଙ୍କ ଦ୍ୱାରା ସଠିକ୍ ତଥ୍ୟ ଦାଖଲ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ତେଣୁ ଛାତ୍ରଛାତ୍ରୀଙ୍କ ଡାଟା ବା ତଥ୍ୟ ଠିକ୍ ସମୟରେ ଦାଖଲ କରିବାକୁ ବିଦ୍ୟାଳୟଗୁଡ଼ିକୁ କୁହାଯାଇଛି । କେବଳ ସେହି ଛାତ୍ରଛାତ୍ରୀମାନଙ୍କୁ ୨୦୨୩-୨୪ ସେସନ୍ର ଦଶମ ଏବଂ ଦ୍ୱାଦଶ ବୋର୍ଡର ପରୀକ୍ଷା ଦେବା ପାଇଁ ଅନୁମତି ଦିଆଯିବ, ଯେଉଁମାନଙ୍କର ନାମ ଏହି ଅନଲାଇନ ସବମିଶନ ପ୍ରକ୍ରିୟାରେ ପ୍ରସ୍ତୁତ ହୋଇ ଦାଖଲ କରାଯାଇଥିବ ।
