ଆଜି ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କର ୭୯ତମ ଜୟନ୍ତୀ ପାଳନ ହେଉଛି । ଏହି ଅବସରରେ ଲଦାଖର ୧୪,୨୭୦ ଫୁଟ୍ ଉଚ୍ଚରେ ପୋଙ୍ଗାଙ୍ଗ ସୁ କୂଳରେ ରାଜୀବ ଗାନ୍ଧିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ରାହୁଲ ଗାନ୍ଧି । ଏହି ଅବସରରେ ଏକ ପ୍ରାର୍ଥନା ସଭାର ଆୟୋଜନ କରାଯାଇଥିଲା। ରାହୁଲ ଏଥିରେ ଯୋଗ ଦେଇଥିଲେ। ରାହୁଲ କହିଛନ୍ତି ଏଠିକାର ଲୋକ ଅଭିଯୋଗ କରୁଛନ୍ତି ଚୀନ ସେନା ଆମ ଅଞ୍ଚଳରେ ଅନୁପ୍ରବେଶ କରିଛି । ପୂର୍ବରୁ ସେମାନେ ସେଠାକୁ ଯାଇପାରୁଥିଲେ । ଏବେ କିନ୍ତୁ ଯାଇ ପାରୁନାହାନ୍ତି ।

ରାହୁଲ ଗାନ୍ଧି ସୋସିଆଲ ମିଡିଆରେ ବାପାଙ୍କ ସ୍ମୃତିରେ ଲେଖିଛନ୍ତି, ପାପା, ଆପଣଙ୍କ ଆଖିରେ ଭାରତ ପାଇଁ ଯେଉଁ ସ୍ୱପ୍ନ ଦେଖିଥିଲେ, ଏହାର ସ୍ମୃତି ରହିଛି । ଆପଣଙ୍କ ଲକ୍ଷ୍ୟ ମୋ ରାସ୍ତା, ପ୍ରତ୍ୟେକ ଭାରତୀୟ ସଂଘର୍ଷ ଏବଂ ସ୍ୱପ୍ନକୁ ବୁଝିବାକୁ ହେବ ।

ପେଙ୍ଗାଙ୍ଗ ଅଞ୍ଚଳ ରାହୁଲ ଗାନ୍ଧିଙ୍କର ବେଶ ପସନ୍ଦ ଥିଲା । ଏହି ହ୍ରଦକୁ ଦୁନିଆର ସବୁଠାରୁ ସୁନ୍ଦର ସ୍ଥାନ ମଧ୍ୟରେ ଅନ୍ୟତମ ।

ରାହୁଲଙ୍କ ବ୍ୟତୀତ ସୋନିଆ ଗାନ୍ଧି ମଧ୍ୟ ରାଜୀବ ଗାନ୍ଧିଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ଦିଲ୍ଲୀ ସ୍ଥିତ ବୀର ଭୂମି ପହଞ୍ଚିଥିଲେ । ସେ ରାଜୀବ ଗାନ୍ଧିଙ୍କ ସମାଧିରେ ଫୁଲ ଅର୍ପିତ କରିଥିଲେ । ସୋନିଆଙ୍କ ସହିତ ମଲିକାର୍ଜୁନ ଖଡଗେ, ପ୍ରିୟଙ୍କା ଗାନ୍ଧି ଏବଂ ରବର୍ଟ ଭଦ୍ରା ମଧ୍ୟ ସାମିଲ ଥିଲେ ।

ରାଜୀବ ଗାନ୍ଧି ୧୯୪୪ ମସିହା ଅଗଷ୍ଟ ୨୦ ତାରିଖରେ ଜନ୍ମ ହୋଇଥିଲେ। ମାତ୍ର ୪୦ ବର୍ଷ ବୟସରେ ସେ ହୋଇଥିଲେ ଭାରତର ପ୍ରଧାନମନ୍ତ୍ରୀ। ୧୯୮୪ରୁ ୧୯୮୯ ମସିହା ପର୍ଯ୍ୟନ୍ତ ଦେଶର ପ୍ରଧାନମନ୍ତ୍ରୀ ଥିଲେ ରାଜୀବ। ୧୯୯୧ ମେ’ ୨୧ ତାରିଖରେ ତାମିଲନାଡୁର ଶ୍ରୀପେରୁମ୍ବୁଦୁରଠାରେ ଆତ୍ମଘାତୀ ବୋମା ବିସ୍ଫୋରଣରେ ତାଙ୍କର ମୃତ୍ୟୁ ହୋଇଥିଲା।

Share