ଆନନ୍ଦପୁର : ଆନନ୍ଦପୁର ପୋଲିସର ବିଚିତ୍ର ନୀତି । କଙ୍ଗାରୁ କୋର୍ଟରେ ବନ୍ଧା ହୋଇ ମାଡ଼ ଖାଇଥିବା ଯୁବକଙ୍କୁ କୋର୍ଟ ଚାଲାଣ କରିଥିବା ଅଭିଯୋଗ । ପୁଅକୁ ଉଦ୍ଧାର କରିବା ପାଇଁ ଯାଇଥିବା ମାଆକୁ ମଧ୍ୟ ମାଡ ମରାଯାଇଥିବା ନେଇ ଅଭିଯୋଗ ହୋଇଛି । ତେବେ ଯୁବକଙ୍କୁ ଖୁଣ୍ଟରେ ବାନ୍ଧି ଦେଇଥିବା ଏବଂ ରାସ୍ତାରେ ମାଡ଼ ମାରୁଥିବାର ଭିଡିଓ ହେବେ ସୋସିଅଆଲ୍ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି।
ଶ୍ରୀତମ ମାଙ୍କ ଅଭିଯୋଗକୁ ଗତକାଲି ଠାରୁ ଆଜି ପର୍ଯ୍ୟନ୍ତ ରେଜିଷ୍ଟ୍ରେସନ କରାଯାଇନାହିଁ। ଅନ୍ୟପକ୍ଷରେ ପୋଲିସ କ୍ୟାମେରା ସାମ୍ନାରେ ପ୍ରତିକ୍ରିୟା ଦେବାକୁ ମନା କରିଥିବା ବେଳେ ଜଣେ ମହିଳାଙ୍କ ଅଭିଯୋଗ ଆଧାରରେ ଜ.ଣେ ଯୁବକଙ୍କୁ କୋର୍ଟ ଚାଲାଣ କରାଯାଇଛି ଏବଂ ଶ୍ରୀତମ ମାଙ୍କ ଅଭିଯୋଗ ଗ୍ରହଣ କରି ଆଉ ଏକ ମାମଲା ରୁଜୁ କରିଥିବା ଆନନ୍ଦପୁର ଏସଡିପିଓ ପ୍ରଶାନ୍ତ କୁମାର ବେହେରା ପ୍ରକାଶ କହିଛନ୍ତି ।
ଆପଣ ବିଭିନ୍ନ ସମୟରେ ଶୁଣିଥିବେ ଗଣମାଧ୍ୟମରେ ଖାପ ପଞ୍ଚାୟତ, କଙ୍ଗାରୁ କୋର୍ଟ ଭଳି ଘଟଣା । ତେବେ ଏସବୁ ଘଟଣା ଘଟେ ପ୍ରାୟତଃ ଯେଉଁଠାରେ ପ୍ରଶାସନ କି ପୋଲିସ ପହଞ୍ଚି ପାରେ ନାହିଁ । କିନ୍ତୁ ଥରେ ଚିନ୍ତା କରନ୍ତୁ ତ ପାଖରେ ଥାନା ଥାଇ ବି ଯଦି ଏଭଳି ଘଟଣା ଘଟେ ତେବେ କଣ କରାଯିବ ? ଯୁବକ ଜଣଙ୍କ ଯାହାବି ଭୁଲ୍ କରିଛନ୍ତି ତାଙ୍କୁ ପୋଲିସ୍ ଜିମା ଦେବା ବଦଳରେ ଏଭଳି ଆଇନକୁ ହାତକୁ ନେବା କେତେ ଯୁକ୍ତିଯୁକ୍ତ?
