ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ପାଦ ତଳେ ସାପ । ଗଣମାଧ୍ୟମକୁ ସମ୍ବୋଧନ କରିବା ସମୟରେ ଭୂପେଶ ବାଘେଲଙ୍କ ପାଖକୁ ପଶିଆସିଥିଲା ସାପ। ପାଖରେ ଥିବା ଲୋକ ଭୟଭୀତ ହୋଇଯାଇଥିଲେ । କିନ୍ତୁ ସାପକୁ ନ ମାରିବା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ କହିଥିଲେ ।
ଛତିଶଗଡ ମୁଖ୍ୟମନ୍ତ୍ରୀ ବିଳାସପୁର ଗସ୍ତରେ ଥିବା ବେଳେ ଜୈନ ଇଣ୍ଟରନ୍ୟାସନାଲ ସ୍କୁଲ ପଡିଆରେ ଗଣମାଧ୍ୟମକୁ ସମ୍ବୋଧନ କରୁଥିଲେ । ଠିକ୍ ଏହି ସମୟରେ ବାଘେଲଙ୍କ ପାଖକୁ ଚାଲିଆସିଥିଲା ଏକ ସାପ। ପାଖରେ ଥିବା କର୍ମୀମାନେ ଭୟଭୀତ ହୋଇଯାଇଥିଲେ। ମାତ୍ର ବାଘେଲ ସାପକୁ ନମାରିବାକୁ ଅନୁରୋଧ କରିଥିଲେ। ଛୋଟବେଳେ ଏହି ସାପକୁ ପକେଟରେ ପୂରାଇ ବୁଲୁଥିବା କହି ହସିଥିଲେ ବାଘେଲ । ଏହି ଭିଡିଓ ଏବେ ଭାଇରଲ ହେବାରେ ଲାଗିଛି ।
ଏହାପରେ ସାପ ଧରାଳି ରାଜା କୁମାର କହିଥିଲେ, ଏହି ସାପ ବିଷାକ୍ତ ନୁହେଁ । ଏହି ଷ୍ଟ୍ରିପିଡ କିଲ ବ୍ୟାକ୍ ସ୍ନେକ ନାମରେ ଜଣାଶୁଣା । ଏହି ସାପ ଅଶ୍ୱତ୍ଥ, ନଡିଆ, ବର ଗଛରେ ରହିଥାଏ ।