National & International

ବାଂଲାଦେଶୀ ଓ ରୋହିଙ୍ଗିଆଙ୍କୁ ଡିପୋର୍ଟ କରିବା ପାଇଁ ନିର୍ମାଣ ହେବ ହୋଲ୍ଡିଂ ସେଣ୍ଟର

କୋଲକତା : ପଶ୍ଚିମବଙ୍ଗ ସରକାର ରାଜ୍ୟରେ ଅବୈଧ ଭାବେ ରହୁଥିବା ବିଦେଶୀ ନାଗରିକଙ୍କ ପାର୍ଇ ବହୁତ ବଡ଼ ପଦକ୍ଷେପ ନେଇଛନ୍ତି । ରାଜ୍ୟ ସରକାର ଅବୈଧ ବାଂଲାଦେଶୀ ଏବଂ ରୋହିଙ୍ଗ୍ୟା ନାଗରିକଙ୍କୁ ସେମାନଙ୍କ ଦେଶକୁ ପଠାଇବା ପାଇଁ ସ୍ବତନ୍ତ୍ର ଭାବେ ହୋଲ୍ଡିଂ…

ଶାମୁକା ସଂଗ୍ରହ ବେଳେ ନଦୀରେ ଭାସି ୮ ମୃତ, ଅନେକ ନିଖୋଜ

କର୍ଣ୍ଣାଟକ : ଉତ୍ତର କନ୍ନଡ ଜିଲ୍ଲାର ଥଟ୍ଟେ ହକ୍କଲୁ ନଦୀରେ ଅଘଟଣ । ନଦୀର ପ୍ରଖର ସ୍ରୋତରେ ଭାସିଗଲେ ପରିବାରର ୮ ସଦସ୍ୟ । ଏମାନଙ୍କ ଭିତରେ ୭ ଜଣ ମହିଳା ଥିବା ଜଣାପଡିଛି । ସ୍ଥାନୀୟ ଲୋକ ଉଦ୍ଧାର ପାଇଁ…

ଝଡ଼ ବାତ୍ୟାରେ ଭୁଶୁଡ଼ିଲା ନିର୍ମାଣାଧୀନ କୋଠା; ଅନେକ ଶ୍ରମିକ ଫସିଥିବା ଆଶଙ୍କା

ଫିଲିପିନ : ଫିଲିପାଇନ୍ସ ରାଜଧାନୀ ମାନିଲାର ଉତ୍ତରରେ ସ୍ଥିତ ପାମ୍ପଙ୍ଗା ପ୍ରଦେଶର ଆଞ୍ଜେଲସ୍ ସହରରେ ନିର୍ମାଣାଧୀନ ଏକ ୯ ମହଲା କୋଠା ହଠାତ୍ ଭୁଶୁଡ଼ି ପଡ଼ିଛି । ଦୁର୍ଘଟଣା ସମୟରେ ଅନେକ ଶ୍ରମିକ କୋଠାରେ ରହିଥିଲେ । ତେବେ ସେମାନେ ଭଗ୍ନାବଶେଷ…

କ୍ବେଟା ରେଲୱେ ଟ୍ରାକରେ ବିସ୍ଫୋରଣ, ୨୪ ମୃତ, ୫୦ ଆହତ

ପାକିସ୍ତାନ :ରବିବାର ପାକିସ୍ତାନର ଅଶାନ୍ତ ଦକ୍ଷିଣ-ପଶ୍ଚିମ ପ୍ରାନ୍ତ ବେଲୁଚିସ୍ତାନର କ୍ୱେଟାର ଚମନ ରେଳ ଫାଟକ ନିକଟରେ ଏକ ଭୟଙ୍କର ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣରେ ୨୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫୦ରୁ ଅଧିକ ଆହତ ହୋଇଛନ୍ତି। ତେବେ ଏହି ଆକ୍ରମଣକୁ…

ତେଲେଙ୍ଗାନାରେ ଅଂଶୁଘାତରେ ୧୬ମୃତ, ୪ ଲକ୍ଷ ଟଙ୍କା ସହାୟତା ଘୋଷଣା

ତେଲଙ୍ଗାନା : ଦେଶର ବିଭିନ୍ନ ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଆକାଶରୁ ନିଆଁ ଖସିଛି । ଏଭଳି ସ୍ଥଳେ ଲୋକେ ଘରୁ ବାହାରିବା ମୁସ୍କିଲ ହୋଇପଡିଛି । ତେଲଙ୍ଗାନାରେ ମଧ୍ୟ ପ୍ରବଳ ଗରମ ଅନୁଭୂତ ହେଉଛି ।…

ଇବୋଲାକୁ ନେଇ ଆଡଭାଇଜରୀ ଜାରି କଲା ଭାରତ, କଙ୍ଗୋ ଓ ୟୁଗାଣ୍ଡା ଯାତ୍ରା କରିବାକୁ ବାରଣ

ନୂଆଦିଲ୍ଲୀ: ସମଗ୍ର ବିଶ୍ବରେ ପୁଣିଥରେ ଏକ ମହାମାରୀ ଆତଙ୍କ ଦେଖାଦେଉଛି । ଆଫ୍ରିକାର କିଛି ଦେଶରେ ଇବୋଲା ଭାଇରସର ମାମଲାରେ ବଢିବାରେ ଲାଗିଛି । ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ତରଫରୁ ଏହାକୁ ଗ୍ଲୋବାଲ ହେଲଥ ଏମରଜେନ୍ସୀ ଘୋଷଣା କରାଯାଇଛି । ବିଶ୍ବ…

ଫାଲଟାରେ ଲକ୍ଷାଧିକ ଭୋଟରେ ବିଜେପିର ବିଜୟ

କୋଲକତା: ପଶ୍ଚିମବଙ୍ଗର ଫାଲଟା ବିଧାନସଭା ନିର୍ବାଚନମଣ୍ଡଳୀର ପୁନଃନିର୍ବାଚନ ଭୋଟ ଗଣତି ଶେଷ ହୋଇଛି। ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଦେବାଂଶୁ ପଣ୍ଡା ନିକଟତମ ପ୍ରାର୍ଥୀ କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସିଷ୍ଟ)ର ଶମ୍ଭୁନାଥ କୁର୍ମିଙ୍କୁ ୧୦୯୦୨୧ ଭୋଟରେ ପରାସ୍ତ କରିଛନ୍ତି। ଦେବାଂଶୁଙ୍କୁ ମୋଟ ୧୪୯୬୬୬…

ଓଟିରେ ରୋଗୀଙ୍କୁ ବଳାତ୍କାର, ବନ୍ଧା ହେଲେ ଡାକ୍ତର

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଲକ୍ଷ୍ନୌ ସହରରେ ଥିବା ଏକ ଘରୋଇ ନର୍ସିଂହୋମରେ ଜଣେ ମହିଳା ରୋଗୀଙ୍କୁ ଅସ୍ତ୍ରୋପଚାର କକ୍ଷ (ଓଟି)ରେ ବଳାତ୍କାର କରିଥିବା ଅଭିଯୋଗରେ ସଂପୃକ୍ତ ଡାକ୍ତରଙ୍କୁ ଗିରଫ କରାଯାଇଛି। ଭାରତୀୟ ନ୍ୟାୟ ସଂହିତାର ବିଭିନ୍ନ ଧାରା ଅନୁଯାୟୀ ଅଭିଯୁକ୍ତ ଡାକ୍ତରଙ୍କ…

ଶୋଇଥିବାବେଳେ ଚଢିଗଲା ଡମ୍ପର: ୪ ମୃତ, ଜଣେ ଆହତ

ଉତ୍ତର ପ୍ରଦେଶ : ଉତ୍ତର ପ୍ରଦେଶର ବାରାବଙ୍କି ଜିଲ୍ଲାରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ଫତେପୁର ଥାନା ଅଞ୍ଚଳର ଝାନସା ଗାଁରେ ଏକ ଦ୍ରୁତଗାମୀ ଡମ୍ପର ଧକ୍କା ଦେବାରୁ ଗୋଟିଏ ପରିବାରର ଚାରି ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଜଣେ…

କୋଇଲା ଖଣିରେ ବିସ୍ଫୋରଣ, ୮୨ ମୃତ

ଚୀନ : ଚୀନର ଏକ କୋଇଲା ଖଣିରେ ଭୟଙ୍କର ବିସ୍ଫୋରଣ । ଏହି ବିସ୍ଫୋରଣରେ ୮୨ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୩୮ ଜଣ ଶ୍ରମିକ ମାଟି ତଳେ ଫସି ରହିଥିବା ସୂଚନା ମିଳୁଛି । ଆଗକୁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି…