ନୂଆଦିଲ୍ଲୀ: ସମଗ୍ର ବିଶ୍ବରେ ପୁଣିଥରେ ଏକ ମହାମାରୀ ଆତଙ୍କ ଦେଖାଦେଉଛି । ଆଫ୍ରିକାର କିଛି ଦେଶରେ ଇବୋଲା ଭାଇରସର ମାମଲାରେ ବଢିବାରେ ଲାଗିଛି । ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ତରଫରୁ ଏହାକୁ ଗ୍ଲୋବାଲ ହେଲଥ ଏମରଜେନ୍ସୀ ଘୋଷଣା କରାଯାଇଛି । ବିଶ୍ବ ସ୍ତରରେ ବିପଦ ବଢୁଥିବା ଦେଖି ଭାରତ ସରକାର ତରଫରୁ ଆଲର୍ଟ ଜାରି କରାଯାଇଛି ।
ଡେମୋକ୍ରେଟିକ ରିପବ୍ଲିକ ଅଫ କଙ୍ଗୋ ଏବଂ ୟୁଗାଣ୍ଡାରେ ଇବୋଲା ମାମଲାରେ ଦ୍ରୁତଗତିରେ ବ୍ୟାପିବାରେ ଲାଗିଛି । ଏହାର ଗମ୍ଭୀରତାକୁ ଦେଇ WHO ଅର୍ନ୍ତରାଷ୍ଟ୍ରୀୟ ସ୍ବାସ୍ଥ୍ୟ ନିୟମ ଅଧିନରେ ଇବୋଲାରକୁ ଗ୍ଲୋବାଲ ହେଲଥ ଏମରଜେନ୍ସୀ ଘୋଷଣା କରାଯାଇଥିଲା । ଏହାକୁ ନେଇ କେନ୍ଦ୍ରୀୟ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଭାରତୀୟ ନାଗରିକଙ୍କ ପାଇଁ ଜରୁରୀ ଟ୍ରାଭେଲ ଆଡଭାଇଜରୀ ଜାରି କରିଛନ୍ତି । ଏହାସହିତ ଆଫ୍ରିକାର ସେଣ୍ଟର୍ସ ଫର ଡିଜିଜ କଣ୍ଡ୍ରୋଲ ଆଣ୍ଡ ପ୍ରିଭେନ୍ସସ ମଧ୍ୟ ଇବୋଲା ପାଇଁ ଚେତାବନୀ ଜାରି କରିଛି ।
ଆଫ୍ରିକାରେ ଇବୋଲର ସଂକ୍ରମଣ ଦେଖି ଭାରତର ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦେଶର ନାଗରିକଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛି । ସରକାର ଆଡଭାଇଜରୀ ଜାରି କରି ସମସ୍ତ ନାଗରିକଙ୍କୁ କଙ୍ଗୋ, ୟୁଗାଣ୍ଡା, ଦକ୍ଷିଣ ସୁଡାନ ଭଳି ଦେଶକୁ ଯାତ୍ରା କରିବାକୁ ମନା କରିଛି । ଯେପର୍ଯ୍ୟନ୍ତ ପରିସ୍ଥିତି ସାମାନ୍ୟ ହାଇନାହିଁ, ଏସବୁ ଦେଶରୁ ଯାତ୍ରା କରିବାକୁ ସରକାରଙ୍କ ତରଫରୁ ବାରଣ କରାଯାଇଛି । ଯଦି କୌଣସି ଲୋକଙ୍କୁ ବହୁତ ଜରୁରୀ କାର୍ଯ୍ୟ ରହିଛି, ସେମାନେ ସମସ୍ତ ଜରୁରୀ ସ୍ବାସ୍ଥୟ ଗାଇଡଲାଇନ୍ସ ନିଶ୍ଚିତ ଫଲୋ କରନ୍ତୁ ।

