୨୦୭ ଆସନ ଜିତିବା ପରେ ବିଜେପି ରାଜ୍ୟରେ ପ୍ରଥମଥର ପାଇଁ ସରକାର ଗଠନ କରିଛି। ବିଦାୟୀ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ହରାଇ ଶୁଭେନ୍ଦୁ ଅଧିକାରୀ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି।
କୋଲକତା: ପଶ୍ଚିମବଙ୍ଗର ଫାଲଟା ବିଧାନସଭା ନିର୍ବାଚନମଣ୍ଡଳୀର ପୁନଃନିର୍ବାଚନ ଭୋଟ ଗଣତି ଶେଷ ହୋଇଛି। ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଦେବାଂଶୁ ପଣ୍ଡା ନିକଟତମ ପ୍ରାର୍ଥୀ କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସିଷ୍ଟ)ର ଶମ୍ଭୁନାଥ କୁର୍ମିଙ୍କୁ ୧୦୯୦୨୧ ଭୋଟରେ ପରାସ୍ତ କରିଛନ୍ତି। ଦେବାଂଶୁଙ୍କୁ ମୋଟ ୧୪୯୬୬୬ ଖଣ୍ଡ ଭୋଟ ମିଳିଛି। ତେବେ ଶେଷ ମୁହୂର୍ତ୍ତରେ ପ୍ରତିୟୋଗିତାରୁ ଓହରି ତୃଣମୂଳ କଂଗ୍ରେସ ପ୍ରାର୍ଥୀ ଜାହାଙ୍ଗୀର ଖାନଙ୍କୁ ୭୭୮୩ ଖଣ୍ଡ ଭୋଟ ମିଳିଛି।
ଭୋଟ ଗଣନା ରବିବାର ଦିନ କଡ଼ା ସୁରକ୍ଷା ବ୍ୟବସ୍ଥା ଭିତରେ ଡାଇମଣ୍ଡ ହାର୍ବର ମହିଳା ବିଶ୍ୱବିଦ୍ୟାଳୟରେ ଆରମ୍ଭ ହୋଇଥିଲା। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ସମୟରେ ନିର୍ବାଚନ ଅନିୟମିତତା ଖବର ପରେ ନିର୍ବାଚନ ଆୟୋଗ ନିର୍ବାଚନମଣ୍ଡଳୀରେ ନୂତନ ମତଦାନ ପାଇଁ ନିର୍ଦ୍ଦେଶ ଦେଇଥିଲେ। କଡ଼ା ତଦାରଖରେ ୨୧ ମଇରେ ପୁନଃନିର୍ବାଚନ କରାଯାଇଥିଲା।

