2024

ବିଜେପିରେ ସାମିଲ ହେଲେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ

ଲୋକସଭା ନିର୍ବାଚନ ପୂର୍ବରୁ ପୁଣି କଂଗ୍ରେସକୁ ଝଟ୍‌କା। ହାତ ଛାଡିଲେ ଝାଡ଼ଖଣ୍ଡର କଂଗ୍ରେସ ସାଂସଦ ଗୀତା କୋଡା। ସେ ଆଜି ଦଳରୁ ଇସ୍ତଫା ଦେଇ ରାଞ୍ଚି ସ୍ଥିତ ବିଜେପି କାର୍ଯ୍ୟାଳୟରେ ବିଧିବଦ୍ଧ ଭାବେ ପଦ୍ମ ଧରିଛନ୍ତି। ଗୀତା କୋଡା ହେଉଛନ୍ତି ଝାଡଖଣ୍ଡର…

ସନ୍ଦେଶଖାଲି ମାମଲା: ଟିଏମସ ନେତା ଶେଖ ଶାହଜାହାଁଙ୍କୁ ଗିରଫ କର, କହିଲେ ହାଇକୋର୍ଟ

ସନ୍ଦେଶଖାଲିରେ ଶତାଧିକ ମହିଳାଙ୍କୁ ଯୌନ ନିର୍ଯାତନା ଦିଆଯିବା ଏବଂ ସେମାନଙ୍କ ଜମି ହଡପ ମାମଲାରେ ତୃଣ ମୂଳ କଂଗ୍ରେସ ନେତା ଶେଖ ଶାହଜାହାଁଙ୍କୁ ଗିରଫ କରାଯିବା ଉଚିତ୍। ଆଜି କଲିକତା ହାଇକୋର୍ଟ ମାମଲା ଉପରେ ବିଚାର କରି ଏପରି କହିଛନ୍ତି। ହାଇକୋର୍ଟ…

TMC ନେତାଙ୍କୁ ଗୁଳିକରି ହତ୍ୟା

ପଶ୍ଚିମବଙ୍ଗର ଜଣେ ତୃଣ ମୂଳ କଂଗ୍ରେସ ନେତାଙ୍କୁ ଗୁଳି କରି ହତ୍ୟା। ଉତ୍ତର ୨୪ ପରଗଣା ଜିଲ୍ଲାରେ ଏହି ହତ୍ୟାକାଣ୍ଡ ଘଟିଛି। ଏକ ଜମି ଚୁକ୍ତି ନେଇ ଚାଲିଥିବା କଥାବାର୍ତ୍ତା ମଧ୍ୟରେ ଟିଏମସି ନେତାଙ୍କ ଉପରକୁ ଗୁଳିମାଡ଼ ହୋଇଥିବା କୁହାଯାଉଛି। ସୂଚନା…

ନଫେ ସିଂହ ରାଠୀ ହତ୍ୟା ମାମଲା: ପୂର୍ବତନ ବିଧାୟକଙ୍କ ସମେତ ୭ ଜଣଙ୍କ ନାଁରେ FIR

ଭାରତୀୟ ଜାତୀୟ ଲୋକ ଦଳ (INLD)ର ହରିଆଣା ମୁଖ୍ୟ ନଫେ ସିଂହ ରାଠୀଙ୍କ ହତ୍ୟା ମାମଲାରେ ପୁଲିସ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ପୂର୍ବତନ ବିଧାୟକଙ୍କ ସମତେ ସାତ ଜଣଙ୍କ ନାଁରେ ଏଫ୍‌ଆଇଆର୍‌ ରୁଜୁ କରିଛି। ପୁଲିସ କାର୍‌ ଚାଳକ ଓ…

ହାଇକୋର୍ଟଙ୍କ ରାୟ; ଜ୍ଞାନବ୍ୟାପୀରେ ପୂଜା କରିପାରିବେ ହିନ୍ଦୁ

ଜ୍ଞାନବ୍ୟାପୀରେ ଜାରି ରହିବ ପୂଜାପାଠ। ହିନ୍ଦୁମାନଙ୍କୁ ପୂଜାପାଠ ଜାରି ରଖିବାକୁ ଅନୁମତି ଦେଇଛନ୍ତି ଆହ୍ଲାବାଦ ହାଇକୋର୍ଟ। ଆଜି କୋର୍ଟ ଜ୍ଞାନବ୍ୟାପୀ ମସଜିଦ ବିବାଦ ମାମଲାର ଏକ ଶୁଣାଣି କରି ମୁସଲିମ ପକ୍ଷଙ୍କ ଆବେଦନକୁ ଖାରଜ କରିଦେବା ସହ ବାରଣାସୀ କୋର୍ଟ ଦେଇଥିବା…

ଫେବୃଆରୀ ୨୮ରେ ଓଡ଼ିଶା ଆସିବେ ମାଇକ୍ରୋସଫ୍ଟ ସହ ପ୍ରତିଷ୍ଠାତା ବିଲ୍ ଗେଟସ୍

ଭୁବନେଶ୍ବର: ଫେବୃଆରୀ ୨୮ରେ ଓଡ଼ିଶା ଆସିବେ ମାଇକ୍ରୋସଫ୍ଟ ସହ ପ୍ରତିଷ୍ଠାତା ବିଲ୍ ଗେଟ୍ସ । ଓଡିଶା ଗସ୍ତ ବେଳେ ବିଲ୍‌ ଗେଟସ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଓଡିଶା ଆସି ସେ ଭୁବନେଶ୍ବର ସ୍ଥିତ କୃଷି ଭବନ…

ମାଟ୍ରିକ ପ୍ରଶ୍ନପତ୍ର ଲିକ୍ ଅଭିଯୋଗକୁ ଖଣ୍ଡନ କଲେ ବୋର୍ଡ କର୍ତ୍ତୃପକ୍ଷ

କଟକ: ଚାଲିଛି ମାଟ୍ରିକ ପରୀକ୍ଷା । ଏହାରି ଭିତରେ ପ୍ରଶ୍ନପତ୍ର ଲିକ୍ ଅଭିଯୋଗ ସାମ୍ନାକୁ ଆସିଛି । ଆଜି ଗଣିତ ପରୀକ୍ଷା ଆରମ୍ଭ ହେବା ପୂର୍ବରୁ ପ୍ରଶ୍ନପତ୍ର ସୋସିଆଲ ମିଡିଆରେ ଭାଇରାଲ ହେଉଛି । ମୋବାଇଲରୁ ମୋବାଇଲକୁ ଘୁରି ବୁଲିଛି ପ୍ରଶ୍ନପତ୍ର…

ଚିକିତ୍ସା ଅବହେଳା ଯୋଗୁଁ ପ୍ରସୂତିଙ୍କ ମୃତ୍ୟୁ, ମେଡିକାଲରେ ଉତ୍ତେଜନା

ଭଦ୍ରକ: ଡାକ୍ତରଙ୍କ ଅବହେଳା ଯୋଗୁଁ ପ୍ରସୂତିଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ମୁଖ୍ୟ ଚିକିତ୍ସାଳରେ । ଏହି ଘଟଣା ପରେ ମେଡିକାଲରେ‌ ଉତ୍ତେଜନା ଦେଖାଦେଇଛି । ସୂଚନା ମୁତାବକ, ଆଗରପଡା ଥାନା ଅନ୍ତର୍ଗତ…

ଭାରସାମ୍ୟ ହରାଇ ଗଛରେ ପିଟି ହେଲା ବୋଲେରୋ; ୩ ମୃତ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡା ଓସ୍ତପୁର ଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ବୋଲେରୋଟି ଭାରସାମ୍ୟ ହରାଇ ଗଛରେ ପିଟି ହେବାରୁ ଏହି ଦୁର୍ଘଟଣା ଘଟିଛି । ଏଥିରେ ୩ ଜଣଙ୍କ ମୃତ୍ୟୁହୋଇଥିବାବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ବୋଲେରୋରେ ଡ୍ରାଇଭରକୁ…

ଯୌତୁକ ପାଇଁ ବଧୂ ହତ୍ୟା ଅଭିଯୋଗ

ଭୁବନେଶ୍ୱର: ଯୌତୁକ ଜୁଇରେ ଆଉ ଜଣେ ବଧୂ । ଯୌତୁକ ପାଇଁ ଶାଶୁ ଘର ଲୋକେ ଜଣେ ବୋହୂକୁ ମାରି ଦେଇଥିବା ଅଭିଯୋଗ ହୋଇଛି । ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରରେ । ମୃତ ମହିଳାଙ୍କ ନାଁ ଝିଲି ସେଠୀ ।…