February 2024

ତପ୍ତପାଣି ଘାଟିରେ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ; ୬ ଯାତ୍ରୀ ଆହତ, ୨ ଗୁରୁତର

ବ୍ରହ୍ମପୁର: ତପ୍ତପାଣି ଘାଟିର ପାଳଖୋଳାରେ ଗୁରୁବାର ସନ୍ଧ୍ୟାରେ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଯାତ୍ରୀବାହୀ ବସ୍‌ ଓଲଟିବାରୁ ୬ ଜଣ ଯାତ୍ରୀ ଆହତ ହୋଇଛନ୍ତି। ୨ ଜଣ ଗୁରୁତର ଥିବା ଜଣାପଡ଼ିଛି। ଆହତ ଯାତ୍ରୀମାନଙ୍କର ପରିଚୟ ମିଳିପାରି ନାହିଁ। ସୂଚନା ଅନୁସାରେ…

୭୫୦ ଶଯ୍ୟା ବିଶିଷ୍ଟ ବାଗ୍‌ଚି ଶ୍ରୀ ଶଙ୍କରା କର୍କଟ କେନ୍ଦ୍ର ଓ ଗବେଷଣା ପ୍ରତିଷ୍ଠାନ ଲୋକାର୍ପିତ

ଭୁବନେଶ୍ବର: ଆମେ ସମସ୍ତେ ସ୍ବାସ୍ଥ୍ୟ ପ୍ରତି ସଚେତନତା ହେବା ଜରୁରୀ। ଆମ ଜୀବନଶୈଳୀରେ ମଧ୍ୟ ପରିବର୍ତ୍ତନ କରିବା ଜରୁରୀ। ବହୁ ପ୍ରତୀକ୍ଷିତ ବାଗ୍‌ଚି ଶ୍ରୀ ଶଙ୍କରା କର୍କଟ କେନ୍ଦ୍ର ଏବଂ ଗବେଷଣା ପ୍ରତିଷ୍ଠାନର ଲୋକାର୍ପଣ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର…

୫ଟି ବେଆଇନ୍‌ ଦେଶୀ ବନ୍ଧୁକ ଜବତ, ୫ ଅଭିଯୁକ୍ତ ଗିରଫ

ରଣପୁର: ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରେ ପୁଲିସ ଚଢ଼ାଉ କରି ୫ଟି ବନ୍ଧୁକ ଜବତ କରିଛି। ବେଆଇନ ବନ୍ଧୁକ ରଖିବା ଅଭିଯୋଗରେ ସମ୍ପୃକ୍ତ ୫ଜଣଙ୍କୁ ଗିରଫ କରାଯାଇଥିବା ନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସ୍ଥାନୀୟ ପୁଲିସ…

ଭୋଜିରୁ ଫେରିବା ବେଳେ ଦୁର୍ଘଟଣା: ଗଛରେ ପିଟି ହେବାରୁ ୨ଜଣଙ୍କ ମୃତ୍ୟୁ

ଘଟଗାଁ: କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ତରା-ବାର୍‌ହାଟିପୁରା ରାସ୍ତାର ନାକଝରିଠାରେ ଏକ ଟାଟାଏସି ଗାଡ଼ି ବରଗଛରେ ପିଟି ହେବାରୁ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୭ଜଣ ଗୁରୁତର ହୋଇଛନ୍ତି। ମୃତକମାନେ ହେଲେ ଝାଡ଼ଖଣ୍ଡ ଜାମୁନଗରର ସୟଦ ଖାଁ (୪୨) ଓ…

ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ସମାପନ ହେବ ଅଙ୍ଗଦାତାଙ୍କ ଶେଷକୃତ୍ୟ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଅଙ୍ଗଦାନ କରି ଅନ୍ୟର ଜୀବନ ବଞ୍ଚାଉଥିବା ବ୍ୟକ୍ତିଙ୍କ ତ୍ୟାଗ ଓ ସାହସର ସ୍ୱୀକୃତି ସ୍ୱରୂପ ସେମାନଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ସମ୍ମାନର ସହ କରାଯିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଏନେଇ ଘୋଷଣା କରିଛନ୍ତି। ଅଙ୍ଗଦାନ କ୍ଷେତ୍ରରେ ବ୍ୟାପକ ସଚେତନତା ଆଣିବା…

ପ୍ରଫୁଲ୍ଲ ସାମଲଙ୍କ ଘରେ ଇଡି ପକ୍ଷରୁ ଚଢ଼ାଉ

ଭୁବନେଶ୍ବର : ବିଜେଡି ବିଧାୟକଙ୍କ ଘରେ ପଶିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଘରେ ଆଜି ସକାଳେ ଇଡି ପକ୍ଷରୁ ଚଢ଼ାଉ କରାଯାଇଛି। ବିଜେଡି ବିଧାୟକଙ୍କ ଭଦ୍ରକ ନୂଆବଜାର ସ୍ଥିତ ବାସଭବନରେ ଇଡିର ୬ଜଣିଆ ଟିମ୍ ଚଢ଼ାଉ…

ଉତ୍କଳ ବିଶ୍ୱବିଦ୍ୟାଳୟରେ ଆନ୍ତଃବିଶ୍ୱବିଦ୍ୟାଳୟ ପ୍ରତିଯୋଗିତା ଆରମ୍ଭ

ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ଏବଂ ଓଡ଼ିଶା ଉଚ୍ଚ ଶିକ୍ଷା ପରିଷଦର ପ୍ରୋତ୍ସାହନ ଓ ଆର୍ଥିକ ଅନୁଦାନାରେ ଉତ୍କଳ ବିଶ୍ୱବିଦ୍ୟାଳୟରେ ଓଡ଼ିଶା ରାଜ୍ୟସ୍ତରୀୟ ଆନ୍ତଃବିଶ୍ୱବିଦ୍ୟାଳୟ ପ୍ରତିଯୋଗିତା ୨୦୨୩-୨୪ ଉଦଘାଟିତ ହୋଇଯାଇଛି । ଆଜି ପୂର୍ବାହ୍ନରେ ବାଣୀବିହାର ପରିସରରେ…

ଡିପିସି ଉପରେ ରୋକ୍‌ ଲଗାଇଲେ ହାଇକୋର୍ଟ

କଟକ : ଓଡ଼ିଶା ପୁଲିସର ବିଭିନ୍ନ ବାଟାଲିୟନରେ କମାଣ୍ଡାଣ୍ଟ ପଦବୀକୁ ପଦୋନ୍ନତି ପାଇଁ ହେବାକୁ ଥିବା ଡିପିସି ଉପରେ ହାଇକୋର୍ଟ ରୋକ ଲଗାଇ ଦେଇଛନ୍ତି। ଆବେଦନକାରୀ ଡେପୁଟି କମାଣ୍ଡାଣ୍ଟ ବିଭୁତି ଭୂଷଣ ମହାରଣା ଓ ଅନ୍ୟମାନଙ୍କ ପକ୍ଷରୁ ଦାଏର ମାମଲାର ଶୁଣାଣି…

ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ଭୁବନେଶ୍ବର : ଆଜି ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ରାଜ୍ୟସଭା ପ୍ରାର୍ଥୀ ଲାଗି ଓଡ଼ିଶାରୁ ବିଜେପି ଅଶ୍ୱିନୀଙ୍କ ନାଁ ଘୋଷଣା କରିଥିବା ବେଳେ ତାଙ୍କୁ ବିଜେଡି ସମର୍ଥନ ଜଣାଇଥିଲା । ନାମାଙ୍କନ ଦାଖଲର…

ଶ୍ରୀକ୍ଷେତ୍ରରୁ ଅଯୋଧ୍ୟାକୁ ଗଡ଼ିବ ସ୍ୱତନ୍ତ୍ର ଟ୍ରେନ୍‌

ଭୁବନେଶ୍ବର : ଶ୍ରୀକ୍ଷେତ୍ରରୁ ଅଯୋଧ୍ୟାକୁ ଗଡ଼ିବ ସ୍ୱତନ୍ତ୍ର ଟ୍ରେନ୍‌। ଜୁଲାଇ- ଅଗଷ୍ଟ ମାସରେ ଏହି ଟ୍ରେନ୍‌ ଶୁଭାରମ୍ଭ ହେବ। ଏହାଛଡ଼ା ବହୁ ପ୍ରତିକ୍ଷୀତ ପୁରୀ-କୋଣାର୍କ ମଧ୍ୟରେ ଶୀଘ୍ର ଟ୍ରେନ୍‌ ଚଳାଚଳ କରିବ। ଆଜି ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ…