K9p75sh saurabh bharadwaj 625x300 17 May

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ପ୍ରତିଭୂତି ନିର୍ଦ୍ଦେଶାଳୟ ବା ଇଡି ବାରମ୍ବାର ସମନ ପଠାଉଥିଲେ ବି ସେ ହାଜର ହେଉନାହାନ୍ତି । ଏହା ପରେ ଆପ୍ ପକ୍ଷରୁ ଆଶଙ୍କା କରାଯାଉଛି କି ତାଙ୍କୁ ଗିରଫ କରାଯାଇପାରେ । କିନ୍ତୁ କେଜ୍ରିଓ୍ବାଲଙ୍କୁ ଗିରଫ କରାଯିବାର କୌଣସି ଯୋଜନା ନାହିଁ ବୋଲି ଇଡି ସ୍ପଷ୍ଟ କରିଦେଇଛି ।
ଦିଲ୍ଲୀ ମନ୍ତ୍ରୀ ସୌରଭ ଭରଦ୍ୱାଜ କହିଛନ୍ତି ଯେ ସଚ୍ଚୋଟତାର ଦ୍ୱିତୀୟ ନାମ ହେଉଛି ଅରବିନ୍ଦ କେଜ୍ରିୱାଲ । ନିଜର ସଚ୍ଚୋଟତା ଆଧାରରେ ସେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ସେ ଗଣତନ୍ତ୍ରକୁ ବଞ୍ଚେଇବାକୁ ବାହାରିଛନ୍ତି । କିନ୍ତୁ ଇଡି ତାଙ୍କୁ ଆସନ୍ତା କାଲି କିମ୍ବା ପହରଦିନ ଗିରଫ କରିପାରେ ବୋଲି ସେ କହିଛନ୍ତି ।
ସେପଟେ ଦିଲ୍ଲୀ ମନ୍ତ୍ରୀ ଆତିଶୀ ମାର୍ଲେନା କହିଛନ୍ତି ଯେ ଯେତେବେଳେ ବି ଏହି ଦେଶରେ ଦୁର୍ନୀତି କଥା ଆସେ, କେଉଁଠାରୁ ନଗଦ ଟଙ୍କା ମିଳେ, କେଉଁଠୁ କାଗଜପତ୍ର ମିଳିଥାଏ। କିନ୍ତୁ ଏହି ମାମଲାରେ ଦୁଇ ବର୍ଷ ମଧ୍ୟରେ କୌଣସି ସ୍ଥାନରୁ ଟଙ୍କାଟିଏ ବି ଆଦାୟ ହୋଇନାହିଁ। ଦୁଇ ବର୍ଷ ବିତିଯାଇଥିଲେ ମଧ୍ୟ ଏଜେନ୍ସିଗୁଡ଼ିକ ଏହାର ଶୁଣାଣି ଆରମ୍ଭ କରିବାରେ ସକ୍ଷମ ହୋଇନାହାନ୍ତି। ଏବେ ଏହି ଷଡ଼ଯନ୍ତ୍ର ଅଧୀନରେ ଲୋକସଭା ନିର୍ବାଚନ ପୂର୍ବରୁ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରିବାକୁ ଉଦ୍ୟମ ଚାଲିଛି। ବିଜେପି ବିରୋଧରେ ଦେଶ ଓ ସମ୍ବିଧାନକୁ ବଞ୍ଚାଇବା ପାଇଁ ଆମେ ସଂଘର୍ଷ ଜାରି ରଖିବୁ।

Share