ତାମିଲନାଡୁ : ତାମିଲନାଡୁ ମୁଖ୍ୟମନ୍ତ୍ରୀ ତଥା ଟିଭିକେ ମୁଖ୍ୟ ବିଜୟ ନିଜ ରାଜ୍ୟର ଲୋକଙ୍କୁ ସ୍ବତନ୍ତ୍ର ଉପହାର ଦେବା ନେଇ ଘୋଷଣା କରିଛନ୍ତି । ଯାହାକୁ ନେଇ ସମଗ୍ର ଦେଶରେ ଚର୍ଚ୍ଚା ଚାଲିଛି । ମୁଖ୍ୟମନ୍ତ୍ରୀ ବିଜୟ ଏକ ନୂଆ ଯୋଜନା ଥାଇ ମାମନ ଗୋଲ୍ଡ ରିଙ୍ଗ ସ୍କିମ ଆରମ୍ଭ କରିଛନ୍ତି । ଏହା ଅଧିନରେ ସରକାରୀ ହସପିଟାଲରେ ଜନ୍ମ ନେଇଥିବା ପିଲାଙ୍କୁ ୧ ଗ୍ରାମର ସୁନା ମୁଦି ଉପହାର ଭାବେ ମିଳିବ । ଏହି ମୁଦିର ଦାମ୍ ୧୩,୬୦୦ ଟଙ୍କା ହେବ ।
ତାମିଲନାଡୁ ସରକାର ଥାଇ ମମନ ଗୋଲ୍ଡ ରିଙ୍ଗ ସ୍କିମ ପାଇଁ ପ୍ରତିବର୍ଷ ୭୫୫,୮୩ କୋଟି ଟଙ୍କା ଖର୍ଚ୍ଚ କରିବେ । ଏହାକୁ ଲାଗୁ କରିବା ପାଇଁ ତୁରନ୍ତ ଟେଣ୍ଡର ପ୍ରକ୍ରିୟା ଆରମ୍ଭ କରିବା ପାଇଁ ମୁଖ୍ୟମନ୍ତ୍ରୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ସରକାରଙ୍କ ତରଫରୁ କୁହାଯାଇଛି କି, ଏହି ଯୋଜନା ଅଫିସିଆଲ ଭାବେ ୧୫ ସେପ୍ଟେମ୍ବରରୁ ପୂର୍ବ ମୁଖ୍ୟମନ୍ତ୍ରୀ ସିଏନ ଅନ୍ନାଦୁରଇ ଜୟନ୍ତୀ ଅବସରରେ ଆରମ୍ଭ ହେବ । ଏହି ଯୋଜନା ୨୨ ଜୁନ (ବିଜୟଙ୍କ ଜନ୍ମଦିନ) ରୁଲାଗୁ ହେବ । ଜୁନ୍ ୨୨ ତାରିଖରୁ ସରକାରୀ ହସପିଟାଲରେ ଜନ୍ମ ହେଉଥିବା ପିଲାଙ୍କୁ ଏହି ଯୋଜନା ଅଧିନରେ ଲାଭ ମିଳିବ ।
ଏହି ଯୋଜନା ତାମିଲ ସଂସ୍କୃତି ଥାଇ ମାମନ ସିର ପରମ୍ପରାରୁ ପ୍ରେରିତ । ଏଥିରେ ପିଲାର ମାମୁ ନବଜାତକୁ ଉପହାର ଏବଂ ଆଶୀର୍ବାଦ ଦେଇଥାଏ । ଏହି ପରମ୍ପରା ଯୋଗୁଁ ଏବେ ସରକାର ନିଜେ ମାମୁଁ ହେହାଇ ପ୍ରତ୍ୟେକ ନବଜାତକୁ ୧ ଗ୍ରାମର ମୁଦି ଦେବେ ।

