ବେଙ୍ଗାଲୁରୁ : ଜଣେ ମହିଳା ତା’ର ପ୍ରେମିକ ସହ ମିଶି ବାପା, ମା’ ଓ ଭଉଣୀଙ୍କୁ ହତ୍ୟା କରିଛନ୍ତି। ହତ୍ୟାର ଶିକାର ବ୍ୟକ୍ତି ବିଶେଷ ହେଲେ ବେଙ୍ଗାଲୁରୁର ଆରକେ ପୁରମ୍ ଅଞ୍ଚଳର ସୋମାସୁନ୍ଦର (୫୫), ମୁଟ୍ଟୁଲକ୍ଷ୍ମୀ (୪୮) ଓ ତାଙ୍କ ସାନଝିଅ ସୁପ୍ରିୟା (୨୦)। ସୋମାସୁନ୍ଦର ଓ ମୁଟ୍ଟୁଲକ୍ଷ୍ମୀଙ୍କ ବଡ ଝିଅ ଶ୍ବେତା ଓ ତାଙ୍କ ପ୍ରେମିକ କେନେଥ ସହ ମିଶି ଏହି ହତ୍ୟାକାଣ୍ଡ ଘଟାଇଛନ୍ତି। ଶ୍ବେତା ଓ କେନେଥ ବିଭିନ୍ନ ବ୍ୟାଙ୍କରୁ ବିପୁଳ ଋଣ କରିଥିଲେ। ଋଣ ବାବଦ କିସ୍ତି ଅର୍ଥ ଦେବାକୁ ପିତାମାତା ମନା କରିବାରୁ ସେମାନଙ୍କୁ ହତ୍ୟା କରିଛି ବୋଲି ପୁଲିସ କହିଛି। ସୋମବାର ରାତିରେ ଏହି ହତ୍ୟାକାଣ୍ଡ ଘଟିଥିବାବେଳେ ପୁଲିସ ଏହାର ତଦନ୍ତ ଚଳାଇଛି।

