Pm modi 1705036233

ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଆସନ୍ତା ୨୨ ତାରିଖରେ ହେବ। ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜିଠାରୁ ସ୍ବତନ୍ତ୍ର ୧୧ ଦିନିଆ ପୂଜା ଆରମ୍ଭ କରିଛନ୍ତି। ଦେଶବାସୀଙ୍କୁ ଆଜି ଏକ ଅଡିଓ ବାର୍ତ୍ତା ଦେଇ ପ୍ରଧାନମନ୍ତ୍ରୀ ସ୍ବତନ୍ତ୍ର ପୂଜା ସଂପର୍କରେ ସୂଚନା ଦେଇଛନ୍ତି। ତେବେ ମୋଦୀ ଏହି ପୂଜା ସମୟରେ କିଭଳି ବ୍ରତ ପାଳନ କରିବେ ଆସନ୍ତୁ ଜାଣିବା।
ହିନ୍ଦୁ ଧର୍ମ ଅନୁସାରେ କୌଣସି ବିଶେଷ ପୂଜା ‌ହେଉକି ପ୍ରାଣପ୍ରତିଷ୍ଠା କି ଜଜ୍ଞ ଶୁଦ୍ଧ ହେବା ନିହାତି ଆବଶ୍ୟକ।ପ୍ରଧାନମନ୍ତ୍ରୀ ତାଙ୍କ ଅଫିସିଆଲ ୟୁଟ୍ୟୁବ ଚାନେଲରେ ସେୟାର କରିଥିବା ଅଡି‌ଓ ମେସେଜରେ କହିଛନ୍ତି କି ସେ ୧୧ଦିନ ପର୍ଯ୍ୟନ୍ତ ଶାସ୍ତ୍ରରେ ସୂଚିତ ଥିବା ନିୟମର ପାଳନ କରିବେ। ତେବେ ମୋଦୀ ୧୧ଦିନ ପର୍ଯ୍ୟନ୍ତ କିଭଳି ଜୀବନଶୈଳୀ ଆପଣାଇ‌ବେ ଆସନ୍ତୁ ଜାଣିବା।
୧.ମୋଦୀ ୧୧ଦିନ ପର୍ଯ୍ୟନ୍ତ ଚଟାଣ ବା କାଠପଲଙ୍କରେ ‌ଶୋଇବେ। ସୂତା ବସ୍ତ୍ର ଧାରଣ କରିବେ।
୨. ବ୍ରହ୍ମ ମୁହୂର୍ତ୍ତରେ ଉଠି ପ୍ରାର୍ଥନା, ଜପ, ତପ ଓ ଧ୍ୟାନ କରିବେ।
୩. ପୂରା ୧୧ଦିନ ଶାନ୍ତ ଓ ମୌନ ରହିବେ।
୪. ଧାର୍ମିକ ଗ୍ରନ୍ଥର ପାଠ କରିବେ।
୫. ନିଜ କାମ ନିଜେ କରିବେ।
୬. ଶ୍ରୀରାମଙ୍କ ସହିତ ଜଡ଼ିତ ସ୍ଥାନ ଭ୍ରମଣ କରିବେ।
୭.ଯେତେ କମ ହୋଇ ପାରିବ ଆହାର ଗ୍ରହଣ କରିବେ ତାହା ପୁଣି ସାତ୍ବିକ ଭୋଜନ ହୋଇଥିବ।
୮. ବାହାର ଖାଦ୍ୟ, ବୋତଲ ବନ୍ଦ ପାଣି, ହଳଦୀ, ମୂଳା, ବାଇଗଣ, ପିଆଜ, ରସୁଣ, ତେଲରୁ ପ୍ରସ୍ତୁତ ଖାଦ୍ୟ ଖାଇବେ ନାହିଁ।

Share