Image 1705324704

ଆନ୍ଧ୍ର ପ୍ରଦେଶ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଇଛନ୍ତି ଜି. ରୁଦ୍ର ରାଜୁ। ଜାତୀୟ ଗଣମାଧ୍ୟମରେ ଏନେଇ ଖବର ପ୍ରକାଶ ପାଇଛି।  ନିକଟରେ କଂଗ୍ରେସରେ ଯୋଗ ଦେଇଥିବା ୱାଇ.ଏସ୍ ଶର୍ମିଲାଙ୍କୁ ଏହି ପଦ ଦିଆ ଯାଇପାରେ ବୋଲି କୁହାଯାଉଛି। ମିଳିଥିବା ସୂଚନା ଅନୁଯାୟୀ, କଂଗ୍ରେସ ପକ୍ଷରୁ ଖୁବ୍ ଶୀଘ୍ର ଏନେଇ ଘୋଷଣା କରାଯିବ।

ଗତ ୪ ତାରିଖରେ କଂଗ୍ରେସରେ ମିଶିଥିଲେ ୱାଇ.ଏସ୍ ଶର୍ମିଲା। ସେ ତାଙ୍କ ଦଳ ୱାଇଏସ୍‌ଆର ତେଲଙ୍ଗାନାକୁ ମଧ୍ୟ କଂଗ୍ରେସରେ ମିଶାଇ ଦେଇଥିଲେ। ଶର୍ମିଲା ହେଉଛନ୍ତି ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇ.ଏସ୍ ଜଗନ ମୋହନ ରେଡ୍ଡୀଙ୍କ ଭଉଣୀ।

କଂଗ୍ରେସକୁ ପ୍ରଶଂସା କରି ଶର୍ମିଲା କହିଥିଲେ ଯେ ଏହା ହେଉଛି ଦେଶର ସବୁଠୁ ବଡ଼ ଧର୍ମନିରପେକ୍ଷ ରାଜନୀତିକ ଦଳ। ଏହା ଦେଶର ସମସ୍ତ ସଂପ୍ରଦାୟ ଓ ବର୍ଗର ଲୋକଙ୍କ ସେବା କରି ଆସୁଛି।

ତେଲଙ୍ଗାନା ବିଧାନସଭା ନିର୍ବାଚନ ବେଳେ ୱାଇ.ଏସ୍ ଶର୍ମିଲା କଂଗ୍ରେସକୁ ସମର୍ଥନ ଜଣାଇଥିଲେ। ଭୋଟ୍ ଯେପରି ଭାଗ ନ ହେବ, ସେଥିପାଇଁ ସେ ନିଜେ ପ୍ରାର୍ଥୀ ହୋଇ ନଥିଲେ କି ଦଳରୁ କାହାକୁ ପ୍ରାର୍ଥୀ କରି ନଥିଲେ।

Share