Maa 1705328723

ଆଜି ହେଉଛି ପବିତ୍ର ମକର ସଂକ୍ରାନ୍ତି। ଏହି ଅବସରରେ କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ମଙ୍ଗଳା ଧାନରେ ତିଆରି ଅଳଙ୍କାରରେ ବିଭୂଷିତ ହୋଇଛନ୍ତି। ରୁଦ୍ର ନାରାୟଣ ଦୀକ୍ଷିତ ନାମକ ଜଣେ ଭକ୍ତ ଏହି ସବୁ ଅଳଙ୍କାର ଦାନ କରିଛନ୍ତି। ଆଜି ଶ୍ରଦ୍ଧାଳୁମାନେ ମାଆଙ୍କ ଏହି ବେଶ୍‌ ଦେଖି ଆତ୍ମବିଭୋର ହୋଇଛନ୍ତି।

ନିର୍ଦ୍ଧାରିତ ସମୟରେ ମାଆ ମଙ୍ଗଳାଙ୍କ ରୀତିନୀତି ସମ୍ପନ୍ନ ହୋଇଥିଲା। ତା’ପରେ ମାଆ ମଙ୍ଗଳା ଧାନରେ ତିଆରି ହୋଇଥିବା ଅଳଙ୍କର ଧାରଣ କରିଥିଲେ। ମାଆଙ୍କଠାରେ ଧାନରେ ନିର୍ମିତ ହାର, କାନଫୁଲ, ମଥାର ସିନ୍ଥି, ନାକ ଫୁଲ ଆଦି ବିଭିନ୍ନ ଅଳଙ୍କାର ଲାଗି ହୋଇଥିଲା। ମକର ନୀତି କାନ୍ତିରେ ସ୍ୱତନ୍ତ୍ର ବେଶରେ ମାଆଙ୍କୁ ଏହି ଧାନ ଅଳଙ୍କାରରେ ବିଭୂଷିତ କରାଯାଇଥିଲା।

ଧାନରେ ତିଆରି ଅଳଙ୍କାର ଦାନ କରିଥିବା ଭକ୍ତ ରୁଦ୍ର ନାରାୟଣ ଦୀକ୍ଷିତ କହିଛନ୍ତି, ଚାରି ବର୍ଷ ହେଲା ଧାନରେ ଅଳଙ୍କାର ତିଆରି କରି ଅର୍ପଣ କରିବି ବୋଲି ଭାବିଥିଲେ। ମାତ୍ର ସମ୍ଭବ ପର ହେଉନଥିଲା। ଏବର୍ଷ ସୁଯୋଗ ମିଳିବାରୁ ମାଆଙ୍କୁ ନିଜ ହାତରେ ତିଆରି ଧାନର ଅଳଙ୍କାର ଅର୍ପଣ କଲି। ଅଳଙ୍କାର ତିଆରି ପାଇଁ ୨୦ ଦିନ ସମୟ ଲାଗିଥିଲା। ଏଥିପାଇଁ ଧାନ, ଅଠା ଓ କାର୍ଡ ବୋର୍ଡ ଆଦି ବ୍ୟବହାର ହୋଇଛି ବୋଲି ଶ୍ରୀ ଦୀକ୍ଷିତ କହିଛନ୍ତି।

Share