IMAGE

ଓଡ଼ିଶାରୁ ଉଦ୍ଧାର ହେଲା ହିମାଳୟ ଶାଗୁଣା। ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଶ୍ରୀଧରପୁର ଛକ ନିକଟରୁ ଏକ ହିମାଳୟ ଭଲଚର ବା ଶାଗୁଣାକୁ ଉଦ୍ଧାର କରିଛି ବନ ବିଭାଗ।

ସୂଚନା ଅନୁସାରେ, ସୋମବାର ସଂଧ୍ୟାବେଳେ ଗାଁ ନିକଟରେ ପୂଜାର୍ଚ୍ଚନା ଚାଲୁଥିଲା। ଏହି ସମୟରେ ବେଳେ ହଠାତ ଶାଗୁଣାଟି ଉଡ଼ି ଆସି ସେଠାରେ ବସିଥିଲା। ଲୋକେ ମାନେ ଶାଗୁଣାକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ଏନେଇ ବନ ବିଭାଗକୁ ଖବର ଦେଇଥିଲେ।  ବନ ବିଭାଗ ପହଞ୍ଚି ଏହା ହିମାଳୟାନ ଭଲଚର ବା ଶାଗୁଣା ବୋଲି ଚିହ୍ନଟ କରିଥିଲା।  ଶାଗୁଣାଟି ଅସୁସ୍ଥ ଥିବା ଜଣାପଡ଼ିଥିଲା। ପରେ ଅସୁସ୍ଥ ଶାଗୁଣାଟିକୁ ଭେଟନାରୀକୁ ନିଆଯାଇଥିଲା। ଏହାକୁ ନନ୍ଦନକାନନକୁ ପଠାଇଯାଇଥିବା ସୂଚନା ମିଳିଛି। ଶାଗୁଣାଟିକୁ  ଦେଖିବାକୁ ଲୋକଙ୍କର ଭିଡ଼ ଜମିଥିଲା।

Share