ଭୁବନେଶ୍ବର: ତିନି ଦିନ ପରେ ଆଜି ପାଗରେ ପରିବର୍ତ୍ତନ ଘଟିଛି । କୋହଲା ପାଗ ସାଙ୍ଗକୁ ଝିପଝିପ ବର୍ଷା ଫଳରେ ଜାଡରେ କଲବଲ ହୋଇଯାଉଥିଲେ ଲୋକେ । ହେଲେ ଆଜି ଖରା କାରଣରୁ କୋହଲା ପାଗ ଓ ଥଣ୍ଡା ପବନରୁ ରାଜ୍ୟବାସୀଙ୍କୁ ସାମାନ୍ୟ ଆଶ୍ବସ୍ତି ମିଳିଛି । ଆଜିଠୁ ଆଗାମୀ ୬ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ସମ୍ପୂର୍ଣ୍ଣ ଶୁଖିଲା ରହିବ । ଏନେଇ ସୂଚନା ଦେଇଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ।
ଓଡିଶାରୁ ଆନ୍ଧ୍ର ମଧ୍ୟ ଦେଇ ଯାଇଥିବା ନିମ୍ନ ଚାପରେଖା ଫଳରେ ଓଡ଼ିଶା ମଧ୍ୟକୁ ପ୍ରଚୁର ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ଆସୁଛି । ଯାହା ଫଳରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୧୪ ଜିଲ୍ଲାରେ ଘନ କୁହୁଡି ନେଇ ୟଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।