7854640f b03e 4107 baae 300f483384f3

ନୂଆଦିଲ୍ଲୀ: ଦିଲ୍ଲୀର ପଶ୍ଚିମ ବିହାର ଅଞ୍ଚଳରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ଶିକ୍ଷାମନ୍ତ୍ରୀ ଆତିଶି ଏକ ସରକାରୀ ସ୍କୁଲର ନୂଆ କୋଠା ଉଦଘାଟନ କରିଛନ୍ତି ।
ନୂଆ କୋଠା ଉଦଘାଟନ କରିବା ଅବସରରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି, ଜାଣି ଖୁସି ଲାଗୁଛି କି ଆଜି କିଛି ବିଧାୟକ ସରକାରୀ ସ୍କୁଲରେ ନିଜ ପିଲାଙ୍କ ନାମ ଲେଖାଇଛନ୍ତି । ମୁଁ ଚାହୁଁଛୁ ମନ୍ତ୍ରୀ ଓ ଆଇଏଏସ ଅଧିକାରୀମାନେ ବି ନିଜ ପିଲାଙ୍କ ନାମ ସରକାରୀ ସ୍କୁଲରେ ସ୍ବଇଚ୍ଛାରେ ଲେଖାନ୍ତୁ।
ଏହି କ୍ରମେ ଶିକ୍ଷାମନ୍ତ୍ରୀ ଆତିଶି କହିଛନ୍ତି, ‘ମୁଁ ଶୁଣିବାକୁ ପାଇଛି ଜଣେ ବଡ଼ ଓକିଲ ଯାହାଙ୍କ ପିଲା ଘରୋଇ ସ୍କୁଲରେ ପାଠ ପଢ଼ୁ୍ଥିଲେ। ତେବେ ଉକ୍ତ ଓକିଲ ଜଣକ ନିଜ ପିଲାଙ୍କୁ ସରକାରୀ ସ୍କୁଲରେ ପାଠପଢ଼ାଇବାକୁ ନିଷ୍ପତ୍ତି ନେଇ ଘରୋଇ ସ୍କୁଲରୁ ନାମ କାଟି ଦେଇଥିଲେ। ଏବେ ଯେଭଳି ଭାବେ ସରକାରୀ ସ୍କୁଲଗୁଡ଼ିକର ଉନ୍ନତୀ ହେଲାଣି କି ବଡ଼ବଡ଼ ଘରୋଇ ସ୍କୁଲକୁ ବି ପଛରେ ପକାଇ ଦେ‌ବ।
୨୦୧୫ରେ ଦିଲ୍ଲୀରେ କେଜ୍ରିୱାଲ ସରକାର ଆସିଲା ପରେ ସ୍କୁଲଗୁଡିକର ଭିତ୍ତିଭୂମି ସୁଦୃଢ କରିବାକୁ ପ୍ରତିଶ୍ରୁତି ଦିଆଯାଇଥିଲା ।ସେତେବେଳେ ସରକାରୀ ସ୍କୁଲର ଅବସ୍ଥା ଖରାପ ଥିଲା । କେଜ୍ରିୱାଲଙ୍କ ନେତୃତ୍ୱରେ ଗତ ୯ ବର୍ଷରେ ଦିଲ୍ଲୀର ସରକାରୀ ସ୍କୁଲଗୁଡିକର ଖୁବ ଉନ୍ନତୀ ହୋଇଛି। ୨୦୧୫ରେ ସ୍କୁଲର ଶ୍ରେଣୀଗୃହର ସଂଖ୍ୟା ୨୪ ହଜାର ଥିଲା ବେଳେ ୨୦୨୪ ବେ‌ଳକୁ ଏହା ବୃଦ୍ଧି ପାଇ ୪୪ ହଜାରରେ ପହଞ୍ଚିଛି । ଏହା ଏକ ଗର୍ବର ବିଷୟ ବୋଲି ମୁଁ କହିବି।’

Share