22eeb058 6e97 4cac 91f1 fd94f0eb0d3a 750x430

ମୁମ୍ବାଇ: ଲୋକସଭା ନିର୍ବାଚନ ପାଇଁ ବିଜେପି ବିରୋଧରେ ଏକଜୁଟ ହୋଇଥିବା ବିରୋଧୀ ଦଳ ‘ଇଣ୍ଡିଆ’ ସମ୍ମୁଖରେ ଆସନ ଭାଗବଣ୍ଟା ଏବେ ପ୍ରମୁଖ ସମସ୍ୟା ପାଲଟିଛି | ତେବେ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ମହାରାଷ୍ଟ୍ରରେ ହେବାକୁ ଥିବା ସାଧାରଣ ନିର୍ବାଚନ ପାଇଁ ସିଟ୍ ଭାଗବଣ୍ଟା ସୂତ୍ର ପ୍ରସ୍ତୁତ କରାଯାଇଛି। ଶିବସେନା (ୟୁବିଟି) ସୂତ୍ରରୁ ପ୍ରକାଶ ଯେ ମହାରାଷ୍ଟ୍ରରେ ଇଣ୍ଡିଆ ମେଣ୍ଟରେ ଅନ୍ତର୍ଭୁକ୍ତ ଦଳଗୁଡ଼ିକ ମଧ୍ୟରେ ଆସନ ଭାଗବଣ୍ଟା ନେଇ ଏକ ଚୁକ୍ତି ହୋଇଛି। ଏହା ଅଧୀନରେ ରାଜ୍ୟର ୪୮ଟି ଆସନ ମଧ୍ୟରୁ ଉଦ୍ଧବ ଠାକରେଙ୍କ ଶିବସେନାକୁ ୨୦ଟି, କଂଗ୍ରେସକୁ ୧୫ଟି ଆସନ, ଶରଦ ପାୱାରଙ୍କ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) କୁ ୧୦ଟି ଆସନ ଏବଂ ପ୍ରକାଶ ଆମ୍ବେଦକରଙ୍କ ବଂଚିତ ବହୁଜନ ଅଘାଡି ଦଳକୁ ୨ଟି ଆସନ ଦେବାକୁ ନିଷ୍ପତ୍ତି ନିଆଯାଇଛି |
ଏନେଇ ଆନୁଷ୍ଠାନିକ ଭାବେ ଖୁବ ଶୀଘ୍ର ଘୋଷଣା କରାଯିବ | ଶରଦ ପାୱାରଙ୍କ ଏନସିପି ନେତା ଜିତେନ୍ଦ୍ର ଆହ୍ବାଡ଼ କହିଛନ୍ତି, ଯେ “ଏହା ସତ୍ୟ ଯେ ଶିବସେନା ଅଧିକ ଆସନରେ ନିର୍ବାଚନ ଲଢ଼ିବାକୁ ଚାହୁଁଛନ୍ତି ଏବଂ ଏହା ଉପରେ ଶରଦ ପାୱାର ଓ ଉଦ୍ଧବ ଠାକରେଙ୍କ ମଧ୍ୟରେ ଆଲୋଚନା ଚାଲିଛି। ତେବେ ମହାରାଷ୍ଟ୍ରରେ ଆସନ ଭାଗବଣ୍ଟା ଇଣ୍ଡିଆ ମେଣ୍ଟ ପାଇଁ ଆଶ୍ବସ୍ତିର କାରଣ ସାଜିଛି | କାରଣ ପଶ୍ଚିମବଙ୍ଗ, ପଞ୍ଜାବ ଏବଂ ବିହାରରେ ଆସନ ଭାଗବଣ୍ଟାକୁ ନେଇ ଇଣ୍ଡିଆ ମେଣ୍ଟ ପାଇଁ ଅଡୁଆ ପରିସ୍ଥିତି ଲାଗି ରହିଛି |

Share