Bjd 1707999323

କଟକ :  ବିଶିଷ୍ଟ ଶିକ୍ଷାବିତ୍ ତଥା କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତିଙ୍କ ବାପା ଅଭୟ ମହାନ୍ତିଙ୍କ ଦେହାନ୍ତ ହୋଇଛି। ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ହୋଇଥିଲା। ଦୀର୍ଘ ଦିନ ଧରି ସେ କିଡନୀ ରୋଗରେ ପୀଡ଼ିତ ଥିଲେ। ସ୍ୱର୍ଗତ ମହାନ୍ତିଙ୍କ ମରଶରୀରକୁ କଟକ ଚୌଧୁରୀ ବଜାର ସ୍ଥିତ ତାଙ୍କ ବାସଭବନକୁ ନିଆଯାଇଥିଲା।

ସେଠାରେ ମାନ୍ୟଗଣ୍ୟ ବ୍ୟକ୍ତି ଓ ବନ୍ଧୁବାନ୍ଧବ ଶେଷ ଦର୍ଶନ କରିଥିଲେ। ଚଳଚ୍ଚିତ୍ର ଜଗତର ବହୁ କଳାକାର ମଧ୍ୟ ତାଙ୍କର ଶେଷ ଦର୍ଶନ କରିଥିଲେ। ମୃତଦେହ ପାଖରେ ଦୁଇ ପୁଅ ସାଂସଦ ଅନୁଭବ ଓ ଅନୁପ୍ରାସଙ୍କ ସମେତ ତାଙ୍କ ପରିବାର ସଦସ୍ୟ ଉପସ୍ଥିତ ଥିଲେ। ପରେ ଖାନନଗର ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା। ଅନୁଭବ ମହାନ୍ତି ମୁଖାଗ୍ନୀ ଦେଇଥିଲେ। ବିଶିଷ୍ଟ ଶିକ୍ଷାବିତ୍ ଅଭୟ ମହାନ୍ତିଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା।

Share