କ୍ୟୁନେଟିକ୍ ଟେକ୍‌ନୋ ମେଡିକାଲ ଫାଉଣ୍ଡେସନ ତରଫରୁ ଦୁଇବର୍ଷିଆ ମେଡିକାଲ ଲାବୋରୋଟାରୀ ଟେକ୍‌ନିକ୍‌ ପାଠ୍ୟକ୍ରମର ଶୁଭାରମ୍ଭ

5d2ca691 Ed9a 4165 8ba2 E1e7769a82dd

ପବିତ୍ର ବସନ୍ତ ପଞ୍ଚମୀ ଅବସରରେ ୧୬ନମ୍ବର ଜାତୀୟ ରାଜପଥ ନିକଟସ୍ଥ ପାହାଳରେ ଅବସ୍ଥିତ କ୍ୟୁନେଟିକ୍ ଟେକ୍‌ନୋ ମେଡିକାଲ ଫାଉଣ୍ଡେସନ ତରଫରୁ ଦୁଇବର୍ଷିଆ ମେଡିକାଲ ଲାବୋରୋଟାରୀ ଟେକ୍‌ନିକ୍‌ ପାଠ୍ୟକ୍ରମର ଶୁଭାରମ୍ଭ କରାଯାଇଛି | ମୁଖ୍ୟ ଅତିଥିଭାବେ ମାନ୍ୟବର ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା ଉପସ୍ଥିତ ରହି ଏହି ଅନୁଷ୍ଠାନର ଉଦ୍‌ଘାଟନ କରିଥିଲେ | ଏହି ଅନୁଷ୍ଠାନଟି ପ୍ରସିଦ୍ଧ ଅଗ୍ରଣୀ କିଓରଓଲ ଲାବୋରୋଟାରୀର ଏକ ସଂଲଗ୍ନ ସଂସ୍ଥା ଯାହାକି ମେଡିକାଲ ଲାବୋରୋଟାରୀ ପାଠ୍ୟକ୍ରମ ଶିକ୍ଷାଦାନ ମାଧ୍ୟମରେ ଏକ ନୂତନ ପରିଚୟ ସୃଷ୍ଟି କରିବା ଲାଗି ପ୍ରତିଶ୍ରୁତିବଦ୍ଧ |

194781a3 3e7f 454c B5f5 14524fd682af
ଏହି ଅବସରରେ ଶିକ୍ଷାନୁଷ୍ଠାନର ପରିଚାଳନା ନିର୍ଦ୍ଦେଶକ ଶ୍ରୀ କୈଳାସଚନ୍ଦ୍ର ଦଳାଇ ଲାବୋରୋଟାରୀ ଟେକ୍‌ନୋଲୋଜି ପାଠ୍ୟକ୍ରମରେ ଗୁଣାତ୍ମକ ଶିକ୍ଷାଦାନ ଓ ପ୍ରାକ୍‌ଟିକାଲ ଟ୍ରେନିଂର ସୁବିଧା ଛାତ୍ରଛାତ୍ରୀଙ୍କୁ ମିଳୁଥବାର ଆଶ୍ବାସନା ଦେବା ସହିତ ଏକ ସଫଳ ଓ କୁଶଳୀ ଟେକ୍‌ନୋଲୋଜିଷ୍ଟ ଭାବେ ଗଢି ତୋଳିବାରେ ଅନୁଷ୍ଠାନ ପ୍ରତିବଦ୍ଧ ବୋଲି କହିଥିଲେ |
ସରକାରୀ ସ୍ବୀକୃତିପ୍ରାପ୍ତ ଏହି ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀଙ୍କୁ ପାଠକ୍ରମ ଉପଯୋଗୀ ଶିକ୍ଷା ପ୍ରଦାନ ଲାଗି ଏଥିସହ ସଂଶ୍ଳିଷ୍ଟ ସ୍ବନାମଧନ୍ୟ ଡାକ୍ତର ସମୂହ ଉପସ୍ଥିତ ରହି ସେମାନଙ୍କ ପ୍ରତିବଦ୍ଧତା ଓ ଅନୁଷ୍ଠାନର ଉଜ୍ଜ୍ବଳ ଭବିଷ୍ୟତ ଉପରେ ଆଲୋକପାତ କରିଥିଲେ | ମୁଖ୍ୟ ଅତିଥି ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ, ଛାତ୍ରଛାତ୍ରୀମାନଙ୍କୁ ସାଧୁବାଦ ଦେବା ସହ ଅନୁଷ୍ଠାନର ଉତ୍ତୋରତ୍ତର ଉନ୍ନତି କାମନା କରିଥିଲେ |
କଟକ ସଦରରୁ ବୁଲୁପାତ୍ରଙ୍କ ରିପୋର୍ଟ

Share