Medical 1708070183

ବଲାଙ୍ଗିର ଜିଲ୍ଲା ବେଲପଡ଼ା ଥାନା କାନୁଟ ଗାଁ ଉପରପଡ଼ାରେ ଗତ ୧୦ ତାରିଖରେ ଗ୍ୟାସ ସିଲିଣ୍ଡର ଫାଟିବା ଘଟଣାରେ ମୃତ୍ୟୁ ସଂଖ୍ୟା ୪ ଛୁଇଁଲାଣି। ଏହି ବିସ୍ଫୋରଣରେ ସମୁଦାୟ ୬ ଜଣ ଗୁରୁତର ହୋଇଥିଲେ। ମୃତକଙ୍କ ମଧ୍ୟରେ ମା’, ପୁଅ, ଖୁଡ଼ି ଓ ଜଣେ ପଡ଼ୋଶୀ ଥିବା ଜଣାଯାଇଛି।

ଏହି ବିସ୍ଫୋରଣରେ ଗୁରୁତର ୬ ଜଣଙ୍କ ମଧ୍ୟରୁ ଗତ ୧୨ରେ ଜଣେ ଓ କାଲି ୨ ଜଣଙ୍କ ମୃତ୍ୟୁ ହୋଇଥିଲା । ଏହାପରେ ଆଜି ରାଉରକେଲା ଘରୋଇ ମେଡିକାଲରେ ଆଉ ଜଣଙ୍କ ମୃତ୍ୟୁ ହୋଇଛି। ଫଳରେ ଏହି ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ୪ରେ ପହଞ୍ଚିଥିବା ବେଳେ ଆଉ ଦୁଇ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।

ଗତ ୧୦ ତାରିଖ ସନ୍ଧ୍ୟା ସମୟରେ କାନୁଟ ଗାଁ ଉପରପଡ଼ାରେ ଅଦାବରିଆ ପରିବାରର ୬ ସଦସ୍ୟ ବସି ଟିଭି ଦେଖୁଥିଲେ। ଉକ୍ତ ସମୟରେ ରୋଷେଇ ଘରେ ଥିବା ଗ୍ୟାସ୍ ସିଲିଣ୍ଡର ଫାଟି ନିଆଁ ଲାଗି ଯାଇଥିଲା। ଫଳରେ ଏହି ନିଆଁରେ କବଳିତ ହୋଇ ୬ ଜଣ ଗୁରୁତର ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରେ ୫ ଜଣ ମହିଳା ଓ ଜଣେ ପୁରୁଷ ଥିଲେ। ତୁରନ୍ତ ସେମାନଙ୍କୁ କଣ୍ଟାବାଞ୍ଜି ହସ୍ପିଟାଲରେ ଭର୍ତ୍ତି କରା ଯାଇଥିଲା।

ମାତ୍ର ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ରାଉରକେଲା ସ୍ଥାନାନ୍ତର କରାଯାଇଥିଲା।

Share