ମାଲବାହୀ ଟ୍ରେନର ୬ଟି ୱାଗନ୍ ଲାଇନଚ୍ୟୁତ, ୫୩ଟି ଟ୍ରେନ୍ ପ୍ରଭାବିତ

Train

ନୂଆଦିଲ୍ଲୀ : ଗାଜିଆବାଦ-ନୂଆଦିଲ୍ଲୀ ରେଲୱେ ଟ୍ରାକରେ ଏକ ବଡ଼ ଦୁର୍ଘଟଣା ଅଳ୍ପକେ ଟଳିଯାଇଛି । ଏକ ମାଲବାହୀ ଟ୍ରେନର ୬ଟି ୱାଗନ୍ ଲାଇନଚ୍ୟୁତ ହୋଇଯାଇଥିଲା । ଫଳରେ ଏହି ବ୍ୟସ୍ତବହୁଳ ରୁଟରେ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି । ସୌଭାଗ୍ୟବଶତଃ ଏହି ଘଟଣାରେ କୌଣସି ମୃତାହତ କିମ୍ବା ଆହତ ହୋଇଥିବାର ସୂଚନା ନାହିଁ । ଏହି ଘଟଣା ମଙ୍ଗଳବାର ଭୋର ପ୍ରାୟ ୧ଟା ୫୫ମିନିଟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି । ଘଟଣା ସମ୍ପର୍କରେ ସୂଚନା ପାଇବା ପରେ, DRM, ADRM, ଏବଂ ଅନ୍ୟାନ୍ୟ ବରିଷ୍ଠ ରେଳ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ । ରେଳବାଇ ଦଳଗୁଡ଼ିକ ଯଥାଶୀଘ୍ର ଟ୍ରାକ ମରାମତି ଏବଂ ସ୍ୱାଭାବିକ ଯାତାୟାତ ପୁନଃସ୍ଥାପିତ କରିବା ପାଇଁ କାର୍ଯ୍ୟ କରୁଛନ୍ତି । ଏହି ଦୁର୍ଘଟଣା ରେଳ ଚଳାଚଳକୁ ମଧ୍ୟ ପ୍ରଭାବିତ କରିଛି ।

ସୂଚନାନୁଯାୟୀ, ଏହି ଅଘଟଣ ଗାଜିଆବାଦ-ନୂଆଦିଲ୍ଲୀ ରେଳ ଲାଇନରେ ହୋଇଥିଲା । ଏଥିରେ ମୋଟ୍ ୫୩ଟି ଟ୍ରେନ୍ ପ୍ରଭାବିତ ହୋଇଛି । ଦିଲ୍ଲୀ -ନୂଆଦିଲ୍ଲୀ ମଧ୍ୟରେ ୨୪ଟି ଟ୍ରେନ୍ ବିକଳ୍ପ ରୁଟ୍ ଦେଇ ଯାତ୍ରା କରିବାକୁ ନିର୍ଦ୍ଦେଶ ଜାରି କରାଯାଇଛି । ଏଥିସହିତ ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ୧୬ଟି ଯାତ୍ରବାହୀ ଟ୍ରେନକୁ ସମ୍ପୂର୍ଣ୍ଣ ରୂପେ ବାତିଲ କରାଯାଇଛି । ଆନନ୍ଦ ବିହାର ଅଭିମୁଖେ ଯାଉଥିବା କିଛି ଟ୍ରେନ୍ ସମେତ ବିଭିନ୍ନ ଷ୍ଟେସନରେ ୮ଟି ଟ୍ରେନକୁ ନିୟନ୍ତ୍ରିତ କରାଯାଇଛି । ରେଳବାଇ ଯାତ୍ରୀମାନଙ୍କୁ ଛାଡ଼ିବା ପୂର୍ବରୁ ଟ୍ରେନ୍ ସ୍ଥିତି ଯାଞ୍ଚ କରିବାକୁ ଅନୁରୋଧ କରିଛି  ରେଳବାଇ ଟିମ୍ । ବର୍ତ୍ତମାନ ଟ୍ରାକ୍ ପୁନରୁଦ୍ଧାର କାର୍ଯ୍ୟ ଚାଲିଛି ।

Share