Odisha College Students 668x430

ଭୁବନେଶ୍ୱର: ବଢ଼ିଲା +୨ ପ୍ରଥମ ବର୍ଷ ନାମଲେଖା ପାଇଁ ଆବେଦନ ଅବଧି। ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ନାମଲେଖା ଅବଧି ବୃଦ୍ଧି କରିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ବିଭାଗ । ପୂର୍ବରୁ ଆବେଦନର ଶେଷ ତାରିଖ ଜୁଲାଇ ୬ ଥିଲା । ଏବେ ଏହାକୁ ବୃଦ୍ଧି କରି ଜୁଲାଇ ୧୨ କରାଯାଇଅଛି ।

ସୂଚନା‌ ଅନୁଯାୟୀ ଛାତ୍ରଛାତ୍ରୀ ସାମ୍ସ ପୋର୍ଟାଲରେ www.samsodisha.gov.in ଲଗଇନ୍‌ କରି ଆବେଦନ କରିପାରିବେ।କଳା, ବାଣିଜ୍ୟ, ବିଜ୍ଞାନ, ଉପଶାସ୍ତ୍ରୀ ଏବଂ ଧନ୍ଦାମୂଳକ ପାଠ୍ୟକ୍ରମ ପାଇଁ ଛାତ୍ରଛାତ୍ରୀ ଅନ୍‌ଲାଇନ୍‌(ଆଭାସି) ଜରିଆରେ ଆବେଦନ କରିପାରିବେ । ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ୨ ହଜାର ୨୯୪ କନିଷ୍ଠ ମହାବିଦ୍ୟାଳୟରେ +୨ ପାଠ୍ୟକ୍ରମରେ ନାମଲେଖା ପାଇଁ ଛାତ୍ରଛାତ୍ରୀ ଆବେଦନ କରିପାରିବେ ।

ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ୨୦ ତାରିଖରେ ପ୍ରକାଶ ପାଇବ। ଚୟନ ହୋଇଥିବା ଛାତ୍ରଛାତ୍ରୀମାନେ ୨୨ ରୁ ୨୭ ତାରିଖ ମଧ୍ୟରେ ନାମଲେଖାଇପାରିବେ। ପ୍ରଥମ ପର୍ଯ୍ୟାୟରେ ନାମଲେଖାଇଥିବା ଛାତ୍ରଛାତ୍ରୀମାନେ ଅନ୍ୟ ଶିକ୍ଷାନୁଷ୍ଠାନରେ ପଢ଼଼ିବାକୁ ଇଚ୍ଛୁକ ଥିଲେ ୨୨ରୁ ୩୦ ତାରିଖ ମଧ୍ୟରେ ସ୍ଲାଇଡ୍‌‌ ଅପ୍‌‌ ଅପସନ୍‌‌ ଦେଇପାରିବେ। ଏହାପରେ ଅଗଷ୍ଟ ୫ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ।

Share