କୋଲକତା : ବର୍ତ୍ତମାନର ବଡ ଖବର କଲିକତାରୁ ସାମ୍ନାକୁ ଆସିଛି । ପଶ୍ଚିମବଙ୍ଗର ପୂର୍ବତନ ମୂଖ୍ୟମନ୍ତ୍ରୀ ଏବଂ ଟିଏମସି ମୁଖ୍ୟ ମମତା ବାନାର୍ଜୀଙ୍କ ଘର ସାମ୍ମନାରେ ଟିଏମସି ନେତା କୁନାଲ ଘୋଷଙ୍କ ଉପରେ ଅଣ୍ଡା ମାଡ ହୋଇଛି । ସ୍ଥାନୀୟ କିଛି ଲୋକ ଏହି ଘଟଣାକୁ ସମର୍ଥନ କରିଛନ୍ତି । ସୂଚନା ଅନୁସାରେ ଅଣ୍ଡା ଫିଙ୍ଗିଥିବା ଯୁବକ ଜଣକ କହିଛନ୍ତି ଯେ, ସେମାନେ ପୁର୍ବରୁ ଅନେକ ଲୋକଙ୍କୁ ଆକ୍ରମଣ କରିଥିଲେ , ତେଣୁ ଏବେ ଏଭଳି ତାଙ୍କ ସହ ଘଟିଛି । ସେମାନେ ଆଗରୁ ବହୁତ ଲୋକଙ୍କୁ ଆଘାତ କରିଛନ୍ତି । ଯେଉଁଥିପାଇଁ ଆଜି ଏଭଳି ଚିତ୍ର ଲୋକଲୋଚନକୁ ଆସିଛି । ସେହିଭଳି ଟିଏମସି ନେତା ଏବଂ ବିଧାୟକ ମଦନ ମିତ୍ରଙ୍କ ବିରୋଧରେ ସମାନ ଘଟଣା ଦେଖିବାକୁ ମିଳିଥିଲା । ପଦର୍ଶନକାରୀ ମାନେ ମିତ୍ରଙ୍କ କାରକେଡ ଉପରକୁ ଅଣ୍ଡାମାଡ କରିବା ସହ ତାଙ୍କ ବିପକ୍ଷରେ ନାରାବାଜି କରିଥିବା ଦେଖିବାକୁ ମିଳିଛି । ସ୍ଥାନୀୟ ବାସିନ୍ଦା ସେମାନଙ୍କ ସମସ୍ୟା ସମ୍ପର୍କରେ ଜଣେଇବା ସମୟରେ ହିଁ ଏଭଳି ପରିସ୍ଥିତି ଉପୁଜି ଥିଲା ।
ସେହିଭଳି ନିକଟ ଅତୀତରେ ଟିଏମସିର ସାଧାରଣ ସଂପାଦକ ତଥା ସାଂସଦ ଅଭିଷେକ ବାନାର୍ଜୀ ସୋନାରପୁର ଗସ୍ତ ସମୟରେ ଅଣ୍ଡା ମାଡକୁ ସାମ୍ନା କରିଥିଲେ । ସେହି ସମୟରେ କିଛି ଲୋକ ଅଭିଷେକଙ୍କ ବିରୋଧରେ ସ୍ଳୋଗାନ ଦେଇଥିଲେ । ଏହାସହ ତାଙ୍କୁ ପଥର ଆକ୍ରମଣ ହୋଇଥିବା ଦେଖିବାକୁ ମିଳିଥିଲା । ଭିଡିଓରେ ସ୍ଥାନୀୟ ଲୋକ ସାଂସଦଙ୍କୁ ପ୍ରଶ୍ନ ପଚାରି ଉତ୍ତର ରଖିବାକୁ ଦାବି କରିଥିଲେ । ସାଂସଦଙ୍କୁ କଡା ବିରୋଧ ସତ୍ତ୍ବେ ଡାକ୍ତରଙ୍କ ଚିକିତ୍ସା ପରେ ସେ ନିଜର ନିର୍ଦ୍ଧାରିତ କାର୍ଯ୍ୟ ଜାରି ରଖିଥିଲେ । ଏହି ଘଟଣାକୁ ନେଇ ପୋଲିସ ୫ ଜଣଙ୍କୁ ଗିରଫ କରିଥିଲା । ସୂଚନା ଅନୁସାରେ ଗିରଫ ହୋଇଥିବା ଲୋକମାନେ ବିପକ୍ଷ ରାଜନୀତି ଦଳ ସହିତ ଜଡିତ ଥିବା କୁହାଯାଇଛି ।

