Jitendra Singh Tomar2

ନୂଆଦିଲ୍ଳୀ: ସଂଘ ଲୋକସେବା ଆୟୋଗ(ୟୁପିଏସସି) ଦ୍ଵାରା ଚାକିରିରେ ସିଧା ଭର୍ତ୍ତି ବିଜ୍ଞାପନକୁ ବାତିଲ କରିବା ପାଇଁ କେନ୍ଦ୍ର କାର୍ମିକ, ସାଧାରଣ ଅଭିଯୋଗ ଓ ପେନ୍‌ସନ୍‌ ବିଭାଗ ମନ୍ତ୍ରୀ ଜିତେନ୍ଦ୍ର ସିଂହ ଚିଠି ଲେଖିଛନ୍ତି। ବିଭିନ୍ନ କ୍ଷେତ୍ରରେ ସୁପ୍ରତିଷ୍ଠିତ ବ୍ୟକ୍ତି ବିଶେଷଙ୍କୁ ସିଧାସଳଖ କେନ୍ଦ୍ର ସରକାରୀ ଚାକିରିର ଉଚ୍ଚ ପଦ ପଦବୀରେ ନିଯୁକ୍ତି ଦେବା ପାଇଁ ୟୁପିଏସସି ଏହି ବିଜ୍ଞାପନ ପ୍ରକାଶ କରିଥିଲା।

କେନ୍ଦ୍ର ସରକାରଙ୍କ ଅଧୀନରେ ୨୪ଟି ମନ୍ତ୍ରାଳୟରେ ଯୁଗ୍ମ ସଚିବ, ନିର୍ଦେଶକ ଓ ଉପସଚିବ ଭଳି ଗୁରୁତ୍ଵପୂର୍ଣ୍ଣ ଉଚ୍ଚ ପଦ ପଦବୀରେ ଲାଟେରାଲ୍‌ ଏଣ୍ଟ୍ରି ବ୍ୟବସ୍ଥାରେ ନିଯୁକ୍ତି ଲାଗି ଏହି ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏଭଳି ପଦକ୍ଷେପ ତଫସିଲଭୁକ୍ତ ଜାତି ଓ ଜନଜାତି ଏବଂ ଅନ୍ୟାନ୍ୟ ପଛୁଆ ବର୍ଗ ପ୍ରାର୍ଥୀଙ୍କ ଅଧିକାର ଉପରେ କୁଠାରଘାତ ବୋଲି ଦର୍ଶାଇ ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ସମେତ ଇଣ୍ଡି ମେଣ୍ଟର ବହୁ ନେତା ଏହାକୁ ସମାଲୋଚନା କରିଥିଲେ ଏବଂ ପ୍ରତ୍ୟାହାର ପାଇଁ ଦୃଢ ଦାବି କରିଥିଲେ।

Share