Whatsapp Image 2024 10 08 At 3.02.13 Pm

ଚଣ୍ଡୀଗଡ : ହରିୟାଣାର ଲଡୱା ଆସନରେ ବିଜୟୀ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନାଏବ ସିଂ ସୈନୀ। ତେବେ ହରିୟାଣା ବିଧାନସଭା ନିର୍ବାଚନରେ ବାଜିମାତ କରିଛି ବିଜେପି। ୯୦ ଆସନ ବିଶିଷ୍ଟ ବିଧାନସଭା ଆସନରେ ବିଜେପି ଏଠାରେ ମ୍ୟାଜିକ୍‌‌ ନମ୍ବର ପାର କରିଛି। ବର୍ତ୍ତମାନ ସୁଦ୍ଧା ବିଜେପି ୪୯ସିଟରେ ଆଗୁଆ ରହିଥିବା ବେଳେ କଂଗ୍ରେସ ୩୬ଟି ସିଟରେ ଆଗୁଆ ଓ ଅନ୍ୟ ସ୍ୱାଧୀନ ଦଳ ୬ଟି ଆସନରେ ଆଗୁଆ ରହିଛନ୍ତି। ତେବେ ବିଜେପି ଏଠାରେ ବିଜୟୀ ହୋଇଥିବା ବେଳେ ନାଏବ ସିଂହ ସୈନୀ ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ କି ନାହିଁ ତାହା ଦଳ ନିଷ୍ପତି ନେବ ବୋଲି କୁହାଯାଇଛି।

Share